ବ୍ରହ୍ମପୁର:ଗଞ୍ଜାମ ଜିଲାର ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରୁ ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି। ଚଢ଼ଉ ବେଳେ ବିଭିନ୍ନ ସାହିରୁ ୪୫ ଲକ୍ଷ ଟଙ୍କାର ଆତସବାଜି, ଗୋଟିଏ ପିକଅପ ଭ୍ୟାନ ଓ ଆତସବାଜି ପ୍ରସ୍ତୁତ କଞ୍ଚାମାଲ ଜବତ କରାଯାଇଛି। କଟକ ଜିଲା ତିଗିରିଆ ଅଞ୍ଚଳର ହୃଦାନନ୍ଦ ନାୟକଙ୍କୁ ଗିରଫ କରାଯାଇଛି। ଅନ୍ୟ ୧୦ଜଣ ଫେରାର ହୋଇଯାଇଛନ୍ତି। ମାଜିଷ୍ଟ୍ରେଟ୍ ଭାବେ ଆସିକା ତହସିଲଦାର ସଞ୍ଜୟ ସାମନ୍ତରା, ଆସିକା ଏସ୍ଡିପିଓ ଉମାଶଙ୍କର ସିଂ, ଆସିକା ଥାନା ଅଧିକାରୀ ପ୍ରଶାନ୍ତକୁମାର ସାହୁ ପ୍ରମୁଖ ଚଢ଼ଉ କରିଥିଲେ।
ଏହି ଗ୍ରାମକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ବେପାରୀମାନେ ନଳବଣ୍ଟା ଆସି ବାଣ କିଣିଥାନ୍ତି। ଶୁଖିଲା ତାଳପତ୍ର, ବାଉଁଶ କାଠି, ସୂତା, କାଗଜ, ଖାର, ଗନ୍ଧକ, ଗନପାଉଡର, ମଣିଶିଳା ଆଇରନ, ସିଲଭର ଆଦି କଞ୍ଚାମାଲ ବସ୍ତା ବସ୍ତା ଗଁାରେ ପ୍ରତି ଘରେ ମହଯୁଦ ରହୁଛି। ବିସ୍ଫୋରକ ସାମଗ୍ରୀ ପଡୋଶୀ ଆନ୍ଧ୍ରପ୍ରଦେଶରୁ ଚୋରାରେ ଆସୁଛି। ଗ୍ରାମର ଶତାଧିକ ଲୋକ ବାଣ ପ୍ରସ୍ତୁତ କରୁଛନ୍ତି। ଗଁାର ନର୍ମଦେଶ୍ୱର ମନ୍ଦିର ନିକଟ ଋଷିକୁଲ୍ୟା ନଦୀପଠା ରାସ୍ତା, ଠାକୁରାଣୀ ଧୋବା ସାହି, ନଳବଣ୍ଟା ମୁଖ୍ୟ ସଡ଼କ, ପାଟଣା ସାହି ଆଦି ଅଞ୍ଚଳରେ ଅହରହ ଆତସବାଜି ପ୍ରସ୍ତୁତି ପ୍ରକ୍ରିୟା ଚାଲିଥାଏ। ପୂର୍ବରୁ ବିଭିନ୍ନ ସମୟରେ ବିସ୍ଫୋରଣ ଘଟି ଗଁାର ୨୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଆସିକା ଥାନାରେ ମାଳ ମାଳ ମାମଲା ରୁଜୁ ହୋଇଛି। ତଥାପି ଗଁାବାସୀ ଆତସବାଜି ପ୍ରସ୍ତୁତିକୁ ବେଉଷା ଭାବେ ଗ୍ରହଣ କରି ନେଇଛନ୍ତି।
BREAKING NEWS
- ଚାଲିଛି ଭୋଟ୍ ଗଣତି; ଆଜି ଆସିବ ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳ
- ସରକାରୀ କର୍ମଚାରୀଙ୍କ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ସୁନିଶ୍ଚିତ ହେବ
- ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଅଟକ
- ‘ଓଡିଶା ପର୍ବ ୨୦୨୪’: ଓଡ଼ିଶା ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ସହିଷ୍ଣୁତା
- ଭୋଟ ଗଣନା ପୂର୍ବରୁ ଅଶୋକ ଗେହେଲଟଙ୍କ ବଡ ବୟାନ….
- ୧୨୦ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ରେଳବାଇ ପୋଲିସ, ୧୬ ଅଭିଯୁକ୍ତ ଗିରଫ
- ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ଆଉ ୪ ଜଣ ଅଭିଯୁକ୍ତ ଗିରଫ
- ବେଆଇନ ହର୍ଣ୍ଣ ବିରୋଧରେ ଏସଟିଏର କଡ଼ା ଚେକିଂ, ଶତାଧିକ ଅମାନିଆଙ୍କ କଟିଲା ଚାଲାଣ
- ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ
- ଅଷ୍ଟ୍ରେଲିଆରେ ପନ୍ତଙ୍କ ମହାରେକର୍ଡ
Comments are closed.