Latest Odisha News

BREAKING NEWS

ଯୁବପିଢ଼ୀଙ୍କୁ ଜାପାନ ସରକାରଙ୍କ ଅନୁରୋଧ, ଅଧିକରୁ ଅଧିକ ମଦ ପିଅ !

ଟୋକିଓ: ମଦ ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଏହାକୁ ପିଇବା ପାଇଁ ବୋଧହୁଏ କେହି କାହାକୁ ପରାମର୍ଶ ଦେଇ ନ ଥାଏ । ମାତ୍ର ଜାପାନ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ଜାପାନ ସରକାର ଯୁବ ପିଢ଼ୀଙ୍କୁ ଅଧିକରୁ ଅଧିକ ମଦ୍ୟପାନ କରିବା ପାଇଁ କହିଛନ୍ତି । ଏଥିନେଇ ସେକ ଭିଭା ନାମକ ଏକ କ୍ୟାମ୍ପେନ ମଧ୍ୟ ଚଳାଯାଉଛି । ଜାପାନ ଅର୍ଥନୀତିକୁ ମଜଭୁତ କରିବା ଏହାର ମୂଖ୍ୟ ଉଦ୍ଦେଶ୍ୟ । ମଦ ମାଧ୍ୟମରେ ସରକାରକୁ ଅଧିକ ଟ୍ୟାକ୍ସ ମିଳିବ । କରୋନା ମହାମାରୀ ପରେ ବିଶ୍ୱର ଅଧିକାଂଶ ଦେଶର ଅର୍ଥନୀତି ଦୁର୍ବଳ ହୋଇ ପଡିଛି । ଜାପାନରେ ମଦ ବିକ୍ରୀ ମଧ୍ୟ କମିଯାଇଛି ।

ଏହା ଦେଖି ସରକାର ୨୦ରୁ ୩୯ ବର୍ଷ ମଧ୍ୟରେ ଯୁବକଙ୍କୁ ମଦ କିପରି ଅଧିକ ବିକ୍ରୀ ହେବ ସେ ନେଇ ପରାମର୍ଶ ଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ତେବେ ସରକାରଙ୍କ ଏହି ନିଷ୍ପତି ନେଇ ବିରୋଧଭାଷ ମଧ୍ୟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.