Latest Odisha News

BREAKING NEWS

ପୋଲିସକୁ ମିଳିଲା ବଡ଼ ସଫଳତା; ସୋନପୁରରେ ବେଆଇନ ବନ୍ଧୁକ କାରଖାନା ଠାବ, ୨ ଗିରଫ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବେଆଇନ ବନ୍ଧୁକ କାରଖାନାକୁ ଠାବ କରିଛି ସୋନପୁର ପୋଲିସ । ବିଭିନ୍ନ ମାରଣାସ୍ତ୍ର ସହିତ ପୋଲିସ ଏନେଇ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତେଲନଦୀ ବ୍ରିଜ ନିକଟରେ ଜଣେ ସଂଦିଗ୍ଧ ବ୍ୟକ୍ତି ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବାର ଦେଖିବାକୁ ପାଇଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ନିର୍ମଳ ଯୋଶୀ ନାମକ ଜଣେ ବ୍ୟକ୍ତି ଜଣକଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲେ । ଜିଲ୍ଲାର ହରଭଙ୍ଗା ବ୍ଲକର କୁସଂଗ ଗ୍ରାମରେ ଏକ ବେଆଇନ ବନ୍ଧୁକ କାରଖାନା ଚାଲିଥିବାର ପୋଲିସ ପଚରାଉଚରାରୁ ଜଣାପଡ଼ିଥିଲା ।

ସୋନପୁର ପୋଲିସ ପକ୍ଷରୁ ଏହି କାରଖାନାକୁ ଠାବ କରିବାକୁ ଉଦ୍ୟମ ଜାରି ହୋଇଥିଲା । ସଦଳବଳେ ପୋଲିସର ଏକ ଟିମ୍ ସେଠାକୁ ଯାଇ ଏକ ବେଆଇନ ବନ୍ଧୁକ କାରଖାନାକୁ ଠାବ କରିବା ସହିତ ସେଠାରେ ୨ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଥିଲେ ।

ସୋନପୁର ଜିଲ୍ଲା ଆରକ୍ଷୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହୋଇଥିବା ଏହି ଚଢଉରେ ପୋଲିସ ସେଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ପିସ୍ତଲ, ୨ଟି ବନ୍ଧୁକ ପାଇପ ତଥା ଦେଶୀ ବନ୍ଧୁକରେ ଲାଗୁଥିବା ବିଭିନ୍ନ ସରଞ୍ଜାମ ଜବତ କରିଛି ।

ଏହି ବେଆଇନ ବନ୍ଧୁକ କାରଖାନାରେ ସମ୍ପୃକ୍ତ ରହିଥିବା ଅଭିଯୁକ୍ତ ରମେଶ ବେହେରାକୁ ମଧ୍ୟ ପୋଲିସ ଗିରଫ କରିଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.