Latest Odisha News

BREAKING NEWS

ଗଭୀର ସମୁଦ୍ରରେ ଫସିଯାଇଥିଲେ ୧୧ଜଣ ନାବିକ; କିପରି ଉଦ୍ଧାର ହେଲେ, ଜାଣନ୍ତୁ

ଧାମରା: ଭଦ୍ରକ ଜିଲ୍ଲାରେ ଥିବା ଧାମରା ବନ୍ଦରରେ ୧୧ ଜଣ ନାବିକଙ୍କୁ ପୋର୍ଟ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି । ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୧୧ ଜଣ ନାବିକ ଜଳବନ୍ଦୀ ହୋଇ ଫସିଯାଇଥିଲେ ।

ପ୍ରାପ୍ତ ସୂଚନାନୁଯାୟୀ, ଶନିବାର ଦିନ ଦ୍ୱିପ୍ରହରରେ ବଙ୍ଗୋପସାଗରର ଧାମରା ପୋର୍ଟ ନିକଟରେ ପଶ୍ଚିମବଙ୍ଗ ପଞ୍ଜିକୃତ ‘ମା ଉର୍ମିଳା’ ନାମକ ଏକ ମାଛଧରା ଟ୍ରଲର୍ ଇଞ୍ଜିନରେ ତ୍ରୁଟି ଦେଖାଯିବା ଫଳରେ ବନ୍ଦ ହୋଇଯାଇଥିଲା । ଏହି ମାଛଧରା ବୋଟରେ ଥିବା ୧୧ ଜଣ ନାବିକ ଜଳବନ୍ଦୀ ହୋଇଯାଇଥିଲେ ।

ଉପାୟଶୂନ୍ୟ ଅବସ୍ଥାରେ ଥିବା ଏହି ବୋଟ ସମ୍ପର୍କରେ ଧାମରା ବନ୍ଦର କର୍ତ୍ତୃପକ୍ଷ ସୂଚନା ପାଇ ତୁରନ୍ତ ଧାମରା ପୋର୍ଟର ମେରାଇନ ବିଭାଗର ଏକ ଟିମ୍ ‘ବାହୁଡ଼ା’ ନାମକ ଏକ ଟକ୍ ବୋଟ ନେଇ ଏହି ଉର୍ମିଳା ବୋଟ ନିକଟରେ ପହଞ୍ଚିଥିଲା ।

ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ସେଥିରେ ଥିବା ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ, ଗ୍ରାମବାସୀ, ବୁଦ୍ଧିଜୀବୀ କରିଥିଲେ ।

ଅତୀତରେ ମଧ୍ୟ ଧାମରା ପୋର୍ଟ କର୍ତ୍ତୃପକ୍ଷ ଅନେକ ଅସହାୟ ମତ୍ସ୍ୟଜୀବୀମାନଙ୍କୁ ଏହିଭଳି ସହଯୋଗ କରି ଆସିଛନ୍ତି ।

Leave A Reply

Your email address will not be published.