Latest Odisha News

ବେଆଇନ ଗୁଟ୍‌ଖା କାରଖାନାରେ ରେଡ୍, ୫ ଅଟକ

ବ୍ରହ୍ମପୁର: ନକଲି ତେଲ ପରେ ନକଲି ଗୁଟଖାର ଚାଲିଛି କାରବାର। ବେଆଇନ ଗୁଟଖା କାରଖାନା ଉପରେ ପୋଲିସର ଚଢ଼ାଉ। ବ୍ରହ୍ମପୁର ସଦର ଥାନା ବାଉଁଶିଆପଲ୍ଲୀରେ ଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ରେଡ କରିଛି। ଏଠାରୁ ଜବତ ହୋଇଛି ବହୁ ପରିମାଣର ଗୁଟଖା, ଗୁଟଖା ପ୍ରସ୍ତୁତି ସାମଗ୍ରୀ ଓ ମେସିନ।

ଏହି ମାମଲରେ ପୋଲିସ ୫ ଜଣଙ୍କୁ ଅଟକ ରଖିଛି। ଏହାସହ ବିପୁଳ ପରିମାଣର ଗୁଟ୍‌ଖା ପ୍ରସ୍ତୁତି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ। ସୂଚନା ଥାଉକି କିଛି ଦିନ ତଳେ ଶାଲିମାର ନଡ଼ିଆ ତେଲର ରଙ୍ଗ ଓ ଲୋଗୋ ବ୍ୟବହାର କରି ‘ଶିବାନୀ’ ନାଁରେ ତେଲ ବିକ୍ରୀ କରାଯାଉଥିଲା।

ଏହି ଘଟଣାରେ କୋଲକାତାର ଅସଲ କମ୍ପାନୀ ଅଭିଯୋଗ କରିବା ପରେ ନକଲି ତେଲ କାରଖାନା ଉପରେ ପୋଲିସ ଚଢ଼ାଉ କରିଥିଲା। ମାମଲାରେ ବାପା-ପୁଅକୁ ଗିରଫ କରିଥିଲା ପୋଲିସ। ଏହାସହ ବିପୁଳ ତେଲ, ତେଲ ତିଆରି ମେସିନ, ଡବା ଜବତ କରିଥିଲା ।

Leave A Reply

Your email address will not be published.