Latest Odisha News

ବେଆଇନ୍ ମାନବ ଚାଲାଣ: ଗିରଫ ହେଲେ ୫୦ ଏଜେଣ୍ଟ ଓ ଦଲାଲ୍

କଟକ: ବେଆଇନ୍ ମାନବ ଚାଲାଣ ବିରୋଧରେ ଆରମ୍ଭ କରାଯାଇଥିବା ଅଭିଯାନ ଜରିଆରେ ଓଡିଶା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ରାୟଗଡ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରୁ ପ୍ରାୟ ୫୦ ଏଜେଣ୍ଟଙ୍କ ସମେତ ଦଲାଲଙ୍କୁ ମଧ୍ୟ ଗରିଫ କରିଛି ।

ଗିରଫ କରାଯାଇଥିବା ୫୦ ବ୍ୟକ୍ତିଙ୍କ ମଧ୍ୟରୁ ରାୟଗଡାରୁ ୧୫, ନବରଙ୍ଗପୁରରୁ ୨୧ ଓ କଳାହାଣ୍ଡି ଜିଲ୍ଲାରୁ ୧୪ ଜଣଙ୍କୁ ଗିରଫ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ ଡିଜି ବିକେ ଶର୍ମା ଶୁକ୍ରବାର ଦିନ କହିଛନ୍ତି, ଗିରଫ ଏଜେଣ୍ଟ ଓ ଦଲାଲ୍ ମାନଙ୍କୁ ଜେରା କରାଯାଉଛି । ଯାହାଫଳରେ ସେମାନଙ୍କ ସହ ଆଉ କିଏ ସାମିଲ ରହିଛନ୍ତି, ସେନେଇ ଜଣାପଡିବ ।

ଏନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି ।

ଆହୁରି ମଧ୍ୟ ୫୦ ଏଜେଣ୍ଟ ଓ ଦଲାଲଙ୍କୁ ଗିରଫ ପରେ ଏହି ସଂଖ୍ୟା ୯୧ ହୋଇଥିବା ନେଇ ସେ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୫ ତାରିଖରେ ପୋଲିସ ବଲାଙ୍ଗିର ଓ ନୂଆପଡା ଜିଲ୍ଲାରୁ ପାଖାପାଖି ୪୧ ଜଣକୁ ଗିରଫ କରିଥିଲା ।

ବେଆଇନ୍ ମାନବ ଚାଲାଣକାରୀଙ୍କ ବିରୋଧରେ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସରକାରଙ୍କ ୫ଟି’ ର ଏକ ଅଂଶବିଶେଷ ।

Comments are closed.