Latest Odisha News

BREAKING NEWS

ଜଷ୍ଟିସ୍ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି !

ନୂଆଦିଲ୍ଲୀ: ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଥିବା ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର ୧୭ରେ ଅବସର ନେବାକୁ ଯାଉଥିବା ବେଳେ ତାଙ୍କ ପରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେଙ୍କୁ ମୁଖ୍ୟ ବିଚାରପତି କରିବା ନିମନ୍ତେ କେନ୍ଦ୍ରକୁ ଚିଠି ଲେଖି ସୁପାରିସ କରିଥିବା ଏନଡି ଟିଭିରେ ପ୍ରକାଶିତ ହୋଇଛି ।

ପ୍ରାପ୍ତ ସୂଚନା ଅନୁସାରେ ପ୍ରଧାନ ବିଚାରପତି ଅବସର ଗ୍ରହଣ କରିବା ପୂର୍ବରୁ ତାଙ୍କ ସ୍ଥାନରେ କିଏ ଦାୟିତ୍ୱ ନେବ ସେ ନେଇ କେନ୍ଦ୍ରକୁ ଚିଠି ଲେଖି ଜଣାଇଥାନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ଜଷ୍ଟିସ ରଞ୍ଜନ ଗୋଗଇଙ୍କ ପରେ ବବ୍‌ଡେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୮ମସିହା ଅକ୍ଟୋବର ୩ ରେ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ରଞ୍ଜନ ଗୋଗଇ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ଆସନ୍ତା ନଭେମ୍ବର ୧୭ରେ ଅବସର ନେବାକୁ ଥିବା ବେଳେ ନିୟମ ଅନୁଯାୟୀ ନଭେମ୍ବର ୧୮ରେ ଦାୟିତ୍ୱ ଗ୍ରହଣ କରିପାରନ୍ତି ଜଷ୍ଟିସ ଏସ୍‌ଏ ବବ୍‌ଡେ ।

ନାଗପୁରରେ ଜନ୍ମଗ୍ରହଣ କରିଥିବା ବବଡେ ମହାରାଷ୍ଟ୍ର, ନ୍ୟାସନାଲ ଲ ୟୁନିଭରସିଟି, ମୁମ୍ବାଇ ଓ ମହାରାଷ୍ଟ୍ର ନ୍ୟାସନାଲ ୟୁନିଭରସିଟି, ନାଗପୁରର ଚାନସେଲର ଭାବେ ମଧ୍ୟ କାର୍ଯ୍ୟରତ । ଶରଦ ଅରବିନ୍ଦ ବବଡେଙ୍କ କାର୍ଯ୍ୟକାଳ ୨୦୨୧ ଅପ୍ରେଲ ୨୩ରେ ଶେଷ ହେବାକୁ ଯାଉଛି। ସେ ସୁପ୍ରିମକୋର୍ଟରେ ୮ ବର୍ଷ ଧରି କାର୍ଯ୍ୟରତ ଅଛନ୍ତି।

ଜଷ୍ଟିସ ଗୋଗଇଙ୍କ ଅବସର ପରେ ତାଙ୍କ ସ୍ଥାନରେ ବବ୍‌ଡେଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯିବା ନେଇ ଏକ ପ୍ରକାରର ସ୍ପଷ୍ଟ ହୋଇଥିବା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.