Latest Odisha News

BREAKING NEWS

ବେଆଇନ କିଡ଼ନୀ ପ୍ରତ୍ୟାରୋପଣ ପ୍ରସଙ୍ଗ: ଲାଇସେନ୍ସ ରଦ୍ଦ ନେଇ ‘ଆପୋଲୋ ହସ୍ପିଟାଲ’କୁ ମିଳିଲା ୪ ସପ୍ତାହ ଆଶ୍ୱସ୍ତି

କଟକ/ଭୁବନେଶ୍ୱର: ରାଜଧାନୀରେ ଥିବା ଆପୋଲୋ ହସ୍ପିଟାଲରେ ବେଆଇନ ଭାବେ କିଡ଼ନୀ ପ୍ରତ୍ୟାରୋପଣ ହେଉଥିବା ଅଭିଯୋଗ ମାମଲାରେ ଜାତୀୟ ମାନବିକ ଅଧିକାର କମିଶନ (ଏନଏଚଆରସି) ହସ୍ପିଟାଲର ରେଜିଷ୍ଟ୍ରେସନ ରଦ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଏକ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁବାର ଦିନ ଆପୋଲୋ ହସ୍ପିଟାଲକୁ ଏହି ରଦ୍ଦ ଆଦେଶ ଉପରେ ୪ ସପ୍ତାହ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।

ଆପୋଲ ହସ୍ପିଟାଲ ର ଲାଇସେନ୍ସ କୁ ଜାତୀୟ ମାନବଧିକାର ରଦ୍ଧ କରିବା ପ୍ରସଙ୍ଗ ରେ ହାଇକୋର୍ଟ ଙ୍କ ଗୁରୁତ୍ବପୂର୍ଣ ରାୟ।ଜାତୀୟ ମାନବଧିକାର କମିଶନ ଙ୍କ ନିର୍ଦ୍ଧେଶ ୪ ସପ୍ତାହ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିବ ନାହିଁ।

ଅଦାଲତ ଏହି ମାମଲାରେ ରହିତାଦେଶ ପ୍ରଦାନ କରିବା ସହିତ କମିଶନଙ୍କ ଯୁକ୍ତି ଅନୁଯାୟୀ ଏହାର ଶୁଣାଣୀ ଅଦାଲତ ସ୍ଥିର କରିବେ ।

ଅଦାଲତ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଏହି ସମୟ ଅବଧି ପର୍ଯ୍ୟନ୍ତ ଜାତୀୟ ମାନବାଧିକାର କମିଶନ ତାଙ୍କର ନିର୍ଦ୍ଦେଶ କାର୍ଯ୍ୟକାରୀ କରିବେ ନାହିଁ ।

ସେହିପରି 4 ସପ୍ତାହ ମଧ୍ୟରେ ଆପୋଲ କର୍ତ୍ତୃପକ୍ଷ ଜାତୀୟମାନବଧିକାର ଙ୍କ ପାଖରେ ନିଜର ପକ୍ଷ ରଖି ପାରିବେ।ତେବେ ଆପୋଲ କର୍ତ୍ତୃପକ୍ଷ ଙ୍କୁ ଶୁଣାଣି କରି ପୁନର୍ବାର ନିଷ୍ପତ୍ତି ନେବାକୁ ଜାତୀୟ ମାନବ ଧିକାର ଙ୍କୁ ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଜାତୀୟମାନବଧିକାର କମିଶନ ଆପୋଲ ହସ୍ପିଟାଲ ର ଲାଇସେନ୍ସ କୁ ରଦ୍ଧ ପାଈଁ ନିର୍ଦ୍ଧେଶ ଦେଇଥିଲେ।ତେବେ ଜାତୀୟମାନବଧିକାର କମିଶନ ଙ୍କ ନିର୍ଦ୍ଧେଶ କୁ ଚାଲେଞ୍ଜ କରି ଆପୋଲ କର୍ତ୍ତୃପକ୍ଷ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏନଏଚଆରସି ସେପ୍ଟେମ୍ବର ୮ରେ ଓଡ଼ିଶା ରାଜ୍ୟ ସରକାରଙ୍କୁ ଏକ ନିର୍ଦ୍ଦେଶନାମାରେ ବେଆଇନ ଭାବେ କିଡ଼ନୀ ପ୍ରତ୍ୟାରୋପଣ ଅଭିଯୋଗ ନେଇ ଆପୋଲୋ ହସ୍ପିଟାଲର ଲାଇସେନ୍ସ ରଦ୍ଦ ନିମନ୍ତେ କହିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ବରଗଡ଼ର ଅନୀଲ କୁମାର ସ୍ୱାମୀ ନାମକ ଜଣେ ବ୍ୟକ୍ତି ତାଙ୍କ କିଡ଼ନୀ କାଢି ନିଆଯାଇଥିବା ନେଇ ଏକ ମାମଲା ରୁଜୁ କରିଥିଲେ । ସେହି ବରଗଡ଼ ସହରର ରାଘବରାମ ଦୋରା ନାମକ ଜନୈକ ବ୍ୟକ୍ତି ଚଞ୍ଚକତା କରି ତାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କର କିଡ଼ନୀ ପ୍ରତ୍ୟାରୋପଣ କରିଥିଲେ ।

ଏହି ଘୃଣ୍ୟ କାର୍ଯ୍ୟ ଲାଗି ଆପୋଲୋ ହସ୍ପିଟାଲକୁ ଜାତୀୟ ମାନବାଧିକାର କମିଶନ ଭତ୍ସନା କରିବା ସହିତ ସମ୍ପୂର୍ଣ୍ଣ ଭାବେ ଦାୟୀ କରି ଏହି ହସ୍ପିଟାଲ ବିରୋଧରେ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ସେପ୍ଟେମ୍ବର ୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଜଣାଶୁଣା ମାନବାଧିକାର ସ୍ୱେଚ୍ଛାକର୍ମୀ ଅଖଣ୍ଡ ୨୦୧୬ରେ ଏହି କିଡ଼ନୀ ପ୍ରତ୍ୟାରୋପଣ ନେଇ ଏକ ମାମଲା ଦାଏର କରିଥିଲେ ।

 

Comments are closed.