Latest Odisha News

BREAKING NEWS

Opium Cultivation: ୨୨ କୋଟିର ଅଫିମ ଗଛ ନଷ୍ଟ,୩ ମହିଳାଙ୍କ ସମେତ ୬ ଗିରଫ

ଆଠଗଡ଼: ନରସିଂହପୁର ବ୍ଲକରେ ଅଫିମ ଚାଷ ଠାବ କରିଛି ଅବକାରୀ ବିଭାଗ । ନରସିଂହପୁର ବ୍ଲକର ଦେବଭୂଇଁ ପଞ୍ଚାୟତ ଜୟ ଦାମୋଦରପୁର ଗ୍ରାମ ମୁଣ୍ଡା ସାହିରେ ପ୍ରାୟ ୧ ଏକର ଜମିରେ ଅଫିମ ଚାଷ ହୋଇଥିଲା । ସୂଚନାଥାଉକି, ୪୩ ହଜାର ୭୫୦ଟି ଅଫିମ ଗଛ ନଷ୍ଟ କରିଛନ୍ତି ଅବକାରୀ କର୍ମଚାରୀ । ନଷ୍ଟ ଅଫିମ ଗଛର ଆନୁମାନିକ ମୂଲ୍ୟ ୨୧ କୋଟି ୮୭ ଲକ୍ଷ ୫୦ ହଜାର ଟଙ୍କା ହେବ ।

ତେବେ ଏହି ଘଟଣାରେ ୩ ମହିଳାଙ୍କ ସମେତ ୬ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ ଜୟ ଦାମୋଦରପୁର ଗ୍ରାମର ରାମ ପୂର୍ତ୍ତି (୪୮), ସଗି ପୂର୍ତ୍ତି(୪୭), କାଜୁରୀ ତୁଟି (୫୮), ଲୋଚନ ସାଲେମାନ(୩୨), ସୁନୀତା ହାଁସଦା (୩୫) ଓ ଚୁବା ଆଲତା (୬୯) ।

ଅବକାରୀ ଅଧୀକ୍ଷକ କରୁଣାକର ତିୱାରୀଙ୍କ ତତ୍ତ୍ୱାବଧାନରେ ଆଠଗଡ଼ ଅବକାରୀ ବିଭାଗ ଏବଂ ନରସିଂହପୁର ତହସିଲଦାର, ନରସିଂହପୁର ଅବକାରୀ ଏସଆଇ ସୌମ୍ୟ ରଞ୍ଜନ ବେହେରାଙ୍କ ସମେତ ୪୦ଜଣିଆ ଟିମ୍ ଉକ୍ତ ଗାଁରେ ଚଢ଼ଉ କରିଥିଲେ । ପ୍ରାୟ ୩ ମାସ ତଳେ ଏଠି ଅଫିମ ଚାଷ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ୩ଟି ମାମଲା ରୁଜୁ କରାଯାଇ ୩ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

 

Leave A Reply

Your email address will not be published.