Latest Odisha News

BREAKING NEWS

ବଂଶଧାରା ନଦୀରୁ ବେଆଇନ୍ ବାଲି ଚାଲାଣ, ୬ ଟ୍ରାକ୍ଟର ଜବତ

ଗୁଣୁପୁର: ବଂଶଧାରା ନଦୀରୁ ଚାଲିଛି ବେଆଇନ ବାଲି ଚାଲାଣ । ରାଜସ୍ୱ ବିଭାଗ ଏବଂ ପୋଲିସର ଅତର୍କିତ ଚଢ଼ାଉରେ ୬ଟ୍ରାକ୍ଟର ଜବତ । ଗତକାଲି ଗୁଣୁପୁରର କଟୁଆଲିଗୁଡ଼ା ଗାଁ ନିକଟ ବଂଶଧାରାନଦୀରୁ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ ରାଜସ୍ୱ ବିଭାଗ ଓ ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ଜବତ ଗାଡି ମଧ୍ୟରୁ ୨ଟି ଟ୍ରାକ୍ଟରରେ ବାଲି ଲୋଡିଂ ଥିବା ବେଳେ ଅନ୍ୟ ୪ଟି ଟ୍ରାକ୍ଟର ଖାଲି ଥିଲା । ସମ୍ପୃକ୍ତ ଗାଡ଼ି ମାଲିକଙ୍କ ଠାରୁ ଜରିମାନା ବାବଦକୁ ୫୫ ହଜାର ଆଦାୟ କରାଯାଇ ଗାଡ଼ିଗୁଡ଼ିକୁ ଥାନାରେ ଅଟକ ରଖାଯାଇଛି ।

ପ୍ରତିବର୍ଷ ଗୁଣୁପୁର ବଂଶଧାରା ନଦୀ ପଠାରୁ ବାଲି ଉଠାଇବା ପାଇଁ ଟେଣ୍ଡର ହୋଇଥାଏ । ଗୁଣୁପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚଳିତ ଥର ମଧ୍ୟ ଟେଣ୍ଡର ଡକାଯାଇଥିଲା । ଏହି ଟେଣ୍ଡରକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହାତେଇଥିବା ବେଳେ ସେ ପଲ୍ୟୁସନ୍ ସାର୍ଟିଫିକେଟ୍ ହାସଲ କରିବାରେ ବିଳମ୍ବ ହୋଇଥିଲା । ଯାଦ୍ୱାରା ସାଧାରଣ ଲୋକେ ବାଲରି ଅଭାବରୁ ଗୃହ ନିର୍ମାଣ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଅନ୍ୟପଟେ ବଂଶଧାରା ନଦୀରୁ ପ୍ରତିଦିନ ଜିଲ୍ଲା ପ୍ରଶାସନର ଜାଣତରେ ଚୋରା ବାଲି ଚାଲାଣ ହେଉଥିବା ଯୋଗୁଁ ରାଜ୍ୟ ସରକାର ଲକ୍ଷ୍ୟାଧିକ ଟଙ୍କାର ରାଜସ୍ୱ ହରାଉଛନ୍ତି । ରାଜସ୍ୱ ବିଭାଗ ଓ ପୋଲିସ ଲୋକ ଦେଖାଣିଆ ଚଢାଉ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ଟିମ୍ ଓଡିଶା ସମ୍ବାଦ ସ୍ଥାନୀୟ ତହସିଲଦାର ଶରତ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, ସେ କୌଣସି ମନ୍ତବ୍ୟ ଦେବାକୁ ସିଧାସଳଖ ମନା କରିଥିଲେ ।

Leave A Reply

Your email address will not be published.