Latest Odisha News

BREAKING NEWS

[ଭିଡିଓ]ଅଦିନିଆ ବର୍ଷା ଓ କୁଆପଥର ମାଡ: ନଷ୍ଟ ହୋଇଛି ଫସଲ, ଚିନ୍ତାରେ ଚାଷୀ

ସୋନପୁର: ଅଦିନିଆ ବର୍ଷାରେ ଉଜୁଡ଼ିଯାଇଛି ଚାଷୀର ଫସଲ । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ସୁବର୍ଣ୍ଣପୁର ଜିଲ୍ଲାରେ ଗତ ଦୁଇ ଦିନ ତଳେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା । ଫଳରେ ଜିଲ୍ଲାର ଛଅଗୋଟି ବ୍ଲକରେ ଚାଷୀର ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ବୀରମହାରାଜପୁର, ଉଲୁଣ୍ଡା ଓ ତରଭା ବ୍ଲକର ଚାଷୀ ବେଶ୍ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।

ଜିଲ୍ଲାର କିଛି ସ୍ଥାନରେ ଧାନ ଅମଳ କରି ଖଳାରେ ରଖି କ୍ଷତିଗ୍ରସ୍ତ ହୋଇଛନ୍ତି । ଆଉ କିଛି ସ୍ଥାନରେ ଅମଳ ହେବାକୁ ଥିବା ଧାନ ଝଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପରିକି ଚାଷୀ ଧାନ ଅମଳ କରି ମଣ୍ଡିକୁ ନେଇ ସେଠାରେ ମଧ୍ୟ କ୍ଷତି ହୋଇଥିବା ଦେଖାଯାଇଛି । ଏପଟେ ଜିଲ୍ଲାର ଗତ ୧୩ତାରିଖରେ ଅଣସେଚିତ ଅଞ୍ଚଳରେ ଧାନ ମଣ୍ଡି ଖୋଲିଥିବାବେଳେ ସମସ୍ତ ଚାଷୀଙ୍କ ପାଖକୁ ଟୋକନ ଆସିନାହିଁ ।

ଏହି ବ୍ଲକରେ ବିଳମ୍ବରେ ଚାଷ ହେଉଥିବାରୁ ବିଳମ୍ବରେ ଧାନ ଅମଳ ହେଉଛି । ବର୍ତ୍ତମାନ ଅମଳ ଧାନ କିପରି ବିକିବ ସେନେଇ ଚିନ୍ତାରେ ପଡ଼ିଛି ଚାଷୀ । ଧାର, କରଜ କରି ଚାଷୀ ଚାଷ କରିଥିଲେ । ହେଲେ ଅମଳ ପାଇଁ ଚାଷୀ ଯିବାବେଳେ ପ୍ରାକୃତିକ ବିପର୍ଯ୍ୟୟ ଏବେ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଛି । ତେବେ ଚାଷୀମାନଙ୍କ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦାବି ହୋଇଛି ।

Leave A Reply

Your email address will not be published.