Latest Odisha News

BREAKING NEWS

ନିଶା କାରବାରର ଏନ୍ତୁୁଡିଶାଳ ପାଲଟିଛି ଭଦ୍ରକ, ମଦ ଜବତ ୭ ଗିରଫ

ଭଦ୍ରକ: କେତେବେଳେ ବ୍ରାଉନ୍ ସୁଗାର ତ ପୁଣି କେତେବେଳେ ଆସ୍କା ଫୋର୍ଟି କିମ୍ବା ଅନ୍ୟ ନିଶା କାରବାର ପାଇଁ ଚର୍ଚ୍ଚା ମୁଣ୍ଡାଇଛି ଭଦ୍ରକ ଜିଲ୍ଲା । ଏବେ ପୁଣିଥରେ ଦେଶୀ ଓ ବିଦେଶୀ ମଦ ଜବତ ହେବା ପରେ ୭ଜଣଙ୍କ ଗିରଫଦାରୀ ଘଟଣା ଚର୍ଚ୍ଚାରେ ରହିଛି ।

ରିପୋର୍ଟ ଅନୁଯାୟୀ ୧୬ ନମ୍ବର ଜାତୀୟ ରାଜପଥ ରାଣିତାଲ ଛକରେ ଏକ ଟାଟା ଇଣ୍ଡିକା କାରରୁ ଜବତ ହୋଇଛି ୩୦୦ ଲିଟର ଦେଶୀ ରନ୍ଧା ମଦ । ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ମଦଭର୍ତ୍ତି ଗାଡିଟି ଧରାପଡିଥିଲା । ଏହି ମାମଲାରେ ବାଲେଶ୍ୱର ରେମୁଣା ଗୋଲେଇ ଗାଁର ରବୀନ୍ଦ୍ର ମହାନ୍ତି ଓ ଭଦ୍ରକ ଖପରପଦା ଗାଁର ଉଜ୍ୱଳ ସେଠୀକୁ ପୋଲିସ ଗିରଫ କରିଛି । ତେବେ ଘଟଣାସ୍ଥଳରୁ ଅନ୍ୟ ଜଣେ ଅଭିଯୁକ୍ତ ଖସି ପଳାଇବାରେ ସକ୍ଷମ ହୋଇଥିଲା ।

ସେହିଭଳି ଅନ୍ୟ ଏକ ଘଟଣାରେ ଅବକାରୀ ବିଭାଗ ମତୋ, ବାଣପୁର, ମହୁଲିଆ ଛକ ଓ ଦିଗଛିଆ ଭଳି ଅଂଚଳରେ ଚଢାଉ କରି ୧୫୦ ଲିଟର ଦେଶୀ ରନ୍ଧା ମଦ,୩ ଲିଟର ୬୦୦ ମିଲି ଲିଟର ବିଦେଶୀ ମଦ ଓ ୧୦ ଲିଟର ଆସ୍କା ଫୋର୍ଟି ଜବତ କରିଛି । ଏହି ମାମଲାରେ ୫ଜଣ ଗିରଫ ହୋଇଥିଲାବେଳେ ୨ଜଣ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ଜବତ ମଦର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.