Latest Odisha News

BREAKING NEWS

ଓଡିଶାରେ ୫ ପ୍ରକାରର କରୋନା ଭାଇରସ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଜୁନ୍ ସୁଦ୍ଧା ୫ ପ୍ରକାରର କରୋନା ଭାଇରସ ଚିହ୍ନଟ ହୋଇଥିବା ନେଇ ଶନିବାର କହିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) ।

ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ଆଇଏଲ୍ଏସ୍ ଏବଂ ଆଞ୍ଚଳିକ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ଗତ ମାର୍ଚ୍ଚ ଓ ଜୁନ୍ ମାସ ମଧ୍ୟରେ ଗୁଜୁରାଟ, ଦିଲ୍ଲୀ ଏବଂ ତାମିଲନାଡୁ ସମେତ ୧୩ଟି ରାଜ୍ୟରୁ ଫେରିଥିବା ୧୮ଟି ଜିଲ୍ଲାର ୨୨୫ ପ୍ରବାସୀ ଓଡିଆଙ୍କ ନମୁନା ସଂଗ୍ରହ କରି ଜେନୋମିକ୍ ଅଧ୍ୟୟନ କରିଥିଲେ । ସେଗୁଡିକ ହେଲା ୧୯ଏ, ୧୯ବି, ୨୦ଏ, ୨୦ବି ଏବଂ ୨୦ସି। ଏଥି ମଧ୍ୟରୁ ୨୦ଏ ଏବଂ ୨୦ବି ବହୁ ସଂଖ୍ୟାରେ ଚିହ୍ନଟ ହୋଇଛି।

ଅଧ୍ୟୟନରୁ ଜଣାପଡିଛି ଯେ ଚିହ୍ନଟ ହୋଇଥିବା ପାଞ୍ଚ ପ୍ରକାର ମଧ୍ୟରୁ ୨୦ସି ର ଉପସ୍ଥିତି କେବଳ ଓଡିଶାରେ ଦେଖା ଦେଇଥିବା ବେଳେ ଦେଶର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନାହିଁ ।

ଆଇଏଲ୍ଏସ୍ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ ଏହି କରୋନା ଭାଇରସ ପ୍ରକାର ଚିହ୍ନଟ କରିବା ଦ୍ୱାରା କୋଭିଡ ଟିକା ପ୍ରସ୍ତୁତି ସହଜ ହେବ। ଗୋଟିଏ ପ୍ରକାର ଭ୍ୟାକସିନରେ ସମସ୍ତ ଭାଇରସକୁ ରୋକି ହେବ କିମ୍ବା ଭିନ୍ନ ଭିନ୍ନ ଟିକା ଦରକାର ପଡିବ ସେନେଇ ଦେଖିବାକୁ ବାକି ରହିଲା ବୋଲି ସେ ପ୍ରକାଶ କରିଛନ୍ତି ।

ଏହାବ୍ୟତିତ ଓଡିଶାରେ ଖୁବ ଶୀଘ୍ର ୨ୟ ପର୍ଯ୍ୟାୟ ପରୀକ୍ଷା କରାଯିବ ବୋଲି ଶ୍ରୀ ପରିଡା କହିଛନ୍ତି।

Leave A Reply

Your email address will not be published.