Latest Odisha News

[ଭିଡିଓ] ଅଜବ ୟୁ-ଟ୍ୟୁବରଙ୍କ ଗଜବ ଭିଡିଓ !

ଇଣ୍ଡୋନେସିଆ: ସାଧାରଣତଃ କିଛି ନିଆରା ଘଟଣା କିମ୍ବା ତାଜୁବ କରିଦେଲା ଭଳି ଭିଡିଓ ହିଁ ଆଜିକାଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ହେଲେ ଏବେ କିଛି ନ କରି ସୁଦ୍ଧା ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବାରେ ଲଗିଛି । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏହା ସତ ।

ଇଣ୍ଡୋନେସିଆର ୟୁ-ଟ୍ୟୁବର୍ ମହମ୍ମଦ ଦିଦିତ୍ । ତାଙ୍କ ଭିଡିଓର ଟାଇଟଲ ରହିଛି ‘2 JAM nggak ngapa-ngapain’  । ଏହାର ଅର୍ଥ ୨ ଘଣ୍ଟା ପର୍ଯ୍ୟନ୍ତ କିଛି କରିନାହିଁ । ସତକୁ ସତ ସେ ୨ ଘଣ୍ଟା ଧରି କେବଳ କ୍ୟାମେରାକୁ ହିଁ ଚାହିଁ ରହିଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ଭିଡିଓରେ କିଛି ହରକତ ନଥିଲେ ବି ଏହାର ଭିୟର୍ସିପ୍ ୧କୋଟି ୯ଲକ୍ଷରୁ ଅଧିକ ରହିଛି ।

(Courtesy: YouTube)

ଅନେକ ୟୁ-ଟ୍ୟୁବ ୟୁଜର ଏହି ଭିଡିଓକୁ ଆରମ୍ଭରୁ ଶେଷ ଯାଏଁ ଦେଖି ମହମ୍ମଦଙ୍କ ଆଖିପତା ୩୬୨ଥର ଉପରତଳ ହୋଇଥିବା ଦାବି କରିଛନ୍ତି । ମହମ୍ମଦଙ୍କ ଅନୁଯାୟୀ ଯୁବାବର୍ଗଙ୍କୁ କିଛି ଶିକ୍ଷା ଦେବାପାଇଁ ସେ ଏପରି ଭିଡିଓ ପ୍ରସ୍ତୁତ କରିଥିଲେ । ତେବେ ଏଥିରେ ସେ କି ଶିକ୍ଷା ଦେବାକୁ ଚେଷ୍ଟା କରିଥିଲେ, ତାହା କେବଳ ମହମ୍ମଦଙ୍କୁ ହିଁ ଜଣା !

Leave A Reply

Your email address will not be published.