Latest Odisha News

ଆଇଏଲ୍‌ଏସ୍‌ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଆଇଏଲ୍‌ଏସ୍‌ର ବୈଜ୍ଞାନିକ ସନ୍ଦୀପ ମିଶ୍ର ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ବର ଘରୁ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣାସ୍ଥଳକୁ ଯାଇ ପୋଲିସ ତଦନ୍ତ କରିଛି। ତେବେ ବୈଜ୍ଞାନିକଙ୍କ ଆତ୍ମହତ୍ୟା ପରେ ତାଙ୍କୁ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ମୃତ ଘୋଷଣା କଲେ ଡାକ୍ତର।

ଏବେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ମୃତଦେହ ରଖାଯାଇଛି। ସ୍ତନ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ସନ୍ଦୀପଙ୍କ ଉଲ୍ଲେଖନୀୟ ଭୂମିକା ରହିଥିଲା। ତେବେ ଅଚାନକ ବୈଜ୍ଞାନିକ ଏପରି କାହିଁକି କଲେ ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅନେକ ପ୍ରଶ୍ନର ଉତ୍ତର ଖୁଲାସା ହେବ।

Comments are closed.