Latest Odisha News

BREAKING NEWS

ପୁଣି ସାମ୍ନାକୁ ଆସିଲା ପୋଷାକରେ ଥିବା ମହାପ୍ରଭୁଙ୍କର ପ୍ରତିଛବି…

ପୁରୀ: ପୁଣି ଡ୍ରେସ ଆଉ ଶାଢୀରେ ଛପିଲା ମହାପ୍ରଭୁଙ୍କ ଫଟୋ । ସୋସିଆଲ ମିଡିଆରେ ଏହାକୁ ପୋଷ୍ଟ କରାଯାଇଥିବାରୁ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ରାମକ୍ରୀଷ୍ଣ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମ ଆଇଡିରୁ ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ନଜରକୁ ଆସିଛି ।

ତେବେ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ମହାପ୍ରଭୁଙ୍କ ପ୍ରତିଛବି ଡ୍ରେସ୍ରେ ରଖି ସୋସିଆଲ ମିଡିଆରେ ଏହାକୁ ପୋଷ୍ଟ କରାଯାଇଥିବା ସୂଚନା ରହିଛି । ତେବେ ଏହା ନୂଆ ନୁହଁ ପୂର୍ବରୁ ମଧ୍ୟ ଅନେକ ଥର ଏପରି ଘଟଣା ସାମ୍ନାକୁ ଆସିଛି । ଡ୍ରେସ୍, ଶାଢୀ, ଧୋତିରେ ମହାପ୍ରଭୁଙ୍କ ପ୍ରତିଛବି ବ୍ୟବହାର କରାଯାଉଛି । ରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ନିକଟରେ ଜଣେ ଭକ୍ତ ମହାପ୍ରଭୁଙ୍କ ପ୍ରତିଛବି ଥିବା ଏକ ଧୋତି ପିନ୍ଧ ବଡ ଦାଣ୍ଡରେ କିର୍ତ୍ତନ କରୁଥିବା ନଜର ଆସିଥିଲେ । ଏହା ପୂର୍ବରୁ ମଧ୍ୟ ଅନେକ ସୋସିଆଲ ମିଡିଆରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

Leave A Reply

Your email address will not be published.