Latest Odisha News

ବିବାଦ ସତ୍ୱେ ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କଲେ ଇମାନେ ଖେଲୀଫେ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସର ମହିଳା ବକ୍ସିଂରେ ଆଲଜେରିଆର ଇମାନେ ଖେଲୀଫେଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସତ୍ୱେ ସେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ୬୬ କିଗ୍ରା ବିଭାଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥିସହ ସେ ନିଜ ଦେଶ ପକ୍ଷରୁ ୭ମ ଖେଳାଳି ଭାବେ ପଦକ ନିଶ୍ଚିତ କରିଛନ୍ତି । ଇମାନେଙ୍କ ବ୍ୟତୀତ ତାଇୱାନର ଲିନ ୟୁ ଟିଂଗଙ୍କ ମଧ୍ୟ ମହିଳା ବର୍ଗରେ ଅଂଶଗ୍ରହଣ କରିବା ନେଇ ବିବାଦ ଚାଲିଛି । କ୍ୱାର୍ଟର ଫାଇନାଲରେ ସେ ହଙ୍ଗେରୀରେ ଅନା ଲୁକା ହ୍ୟାମୋରୀଙ୍କୁ ୫-୦ରେ ହରାଇ ସେମିକୁ ଉନ୍ନୀତ ହୋଇଛନ୍ତି ।

ପ୍ରଥମ ମୁକାବିଲାରେ ଇମାନେ ପଂଚ ମାରିବା ୪୬ ସେକେଣ୍ଡ ମଧ୍ୟରେ ଆଞ୍ଜିଲା କ୍ୟାରିନୀ ପ୍ରତିଯୋଗିତାରୁ ଓହରି ଯାଇଥିଲେ । ବିଶ୍ୱ ଚାମ୍ପିୟନଶିପରେ ତାଙ୍କୁ ଜୈବିକ ଭାବେ ପୁରୁଷ ବିବେଚନା କରାଯାଇ ପ୍ରତିଯୋଗିତାରୁ ବାଦ ଦିଆଯାଇଥିଲା । ତାଙ୍କ ଶରୀରରେ ପୁରୁଷ କ୍ରୋମଜୋମ ରହିଥିବାରୁ ଏହି ବିବାଦ ସୃଷ୍ଟି ହୋଇଛି । ୨୦୨୧ ଟୋକିଓ ଗେମ୍ସରେ ସେ ପଦକ ଜିତି ପାରି ନ ଥିଲେ ।

Comments are closed.