Latest Odisha News

ଆସୁଛି ବଡ଼ ବର୍ଷା, ବଢୁଛି ବାତ୍ୟା ଆଶଙ୍କା

ଭୁବନେଶ୍ଵର: ଆସୁଛି ବଡ଼ ବର୍ଷା । ବେଳକୁ ବେଳ ବଢୁଛି ବାତ୍ୟା ଆଶଙ୍କା । ଗତକାଲି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପର ରୂପ ନେବ । ଫଳରେ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ନେବ ଲଘୁଚାପ ରୂପ ନେବା ସହ ୨୨ ତାରିଖରୁ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା । ୨୩ରୁ ଏହାର ପରିମାଣ ବଢିବ । ତେବେ ଏହା ବାତ୍ୟାରେ ପରିଣତ ହେବ କି ନାହିଁ, କ’ଣ ରହିବ ଏହାର ରୂପ, କେଉଁ ଦିଗରେ ଗତି କରିବ, କେତେ ଶକ୍ତିଶାଳୀ ହେବ ଓ କେତେ ବେଗରେ ପବନ ବହିବ ଏନେଇ କୌଣସି ପୂର୍ବାନୁମାନ କରିନାହିଁ ପାଣିପାଗ ବିଭାଗ । ସେପଟେ ଆନ୍ତର୍ଜାତିକ ମଡେଲ ଜିଏଫ୍ଏସର ଆକଳନ ଅନୁସାରେ ୨୪ରୁ ୨୫ ତାରିଖ ମଧ୍ୟରେ ବାତ୍ୟାଟି ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ । ସେହିପରି ଓ୍ବିଣ୍ଡିର ଗ୍ରାଫିକ୍ସ ଅନୁସାରେ ସାମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେଇ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଭାରତୀୟ ପାଣିପାଗ ବିଭାଗ କହିଛି ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ହିଁ ଏହାର ରୂପରେଖ ଓ ଗତି ବାବଦରେ ଆକଳନ କରାଯିବ । ସେପଟେ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀ ଆସନ୍ତାକାଲି ସୁଦ୍ଧା ଫେରିଆସନ୍ତୁ ବୋଲି କହିଛନ୍ତି ଆଇଏମଡି ଡିଜି ।

 

Comments are closed.