Latest Odisha News

BREAKING NEWS

ଘୂର୍ଣ୍ଣି ବଳୟ ସକ୍ରିୟ , ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣି ବଳୟ ସକ୍ରିୟ ହୋଇଛି ଏହାର ପ୍ରଭାବରେ ୩୬ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହା ଘନିଭୂତ ହୋଇ ୪ ରୁ ୫ ଦିନ ଯାଏଁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରମୁହାଁ ହେବ । ତେବେ ବାତ୍ୟା ଅଂଶକା ନାହିଁ ଏପରି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଏହାର ପ୍ରଭାବରେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ପବନ ବୋହିବ । ଏହାର ବେଗ ବଢ଼ି ୬୦ କିଲୋମିଟର ଛୁଇଁବାର ସମ୍ଭାବନା ରହିଛି।ସେପଟେ ଘରୋଇ ପାଣିପାଗ ସଂସ୍ଥା ସ୍କାଏ ମିଟର ଆକଳନ ଅନୁସାରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ନେବ ଅବପାତର ରୂପ । ପରେ ଅଧିକ ଘନିଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଆଣ୍ଡମାନ ସାଗରରେ ସୃଷ୍ଟି ହେବ ବାତ୍ୟା।

ସାମୁଦ୍ରିକ ଝଡ ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ହେବ ବୋଲି ସୂଚନା ମିଳିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଆଜି ସୁନ୍ଦରଗଡ଼, ଝାରସୁଗୁଡା, ଦେଓଗଡ଼,ସମ୍ବଲପୁର,ବରଗଡ଼,ବଲାଙ୍ଗୀର, ସୋନପୁର, ନୂଆପଡ଼ା,ଅନୁଗୁଳ ,ମୟୂରଭଞ୍ଜ ଜିଲ୍ଲାରେ କିଛି ପରିମାଣରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି କେନ୍ଦୁଝର,ଢେଙ୍କାନାଳ,କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ ପ୍ରଭାବରେ ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

 

Comments are closed.