Latest Odisha News

ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷିବ: ପାଣିପାଗ ବିଭାଗ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ରବିବାର ଦିନ ୧୧ଟି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ରବିବାର ଦିନ ସତର୍କ ସୂଚନା ଜାରି କରାଯାଇଛି।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଇଏମଡି ନିମ୍ନଲିଖିତ ଜିଲ୍ଲା ପାଇଁ କମଳା ଏବଂ ହଳଦିଆ ଚେତାବନୀ ଦେଇଛନ୍ତି-

ଜୁନ୍ ୨୧- (କମଳା ଚେତାବନୀ)
ନୂଆପଡା, ନବରଙ୍ଗପୁର, ବରଗଡ, ବଲାଙ୍ଗୀର ଏବଂ କଳାହାଣ୍ଡି

(ହଳଦିଆ ଚେତାବନୀ)
କନ୍ଧମାଳ, ବୋୖଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ

ଜୁନ୍ ୨୨-(ହଳଦିଆ ଚେତାବନୀ)
ନୁଆପଡା, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ ଏବଂ ଯାଜପୁର

ଜୁନ୍ ୨୫-(ହଳଦିଆ ଚେତାବନୀ)
ଗଜପତି, ଗଞ୍ଜାମ, ରାୟଗଡା, କନ୍ଧମାଳ, କୋରାପୁଟ, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝର

ଅପରପକ୍ଷରେ ଜୁନ୍ ୨୩ ଏବଂ ୨୪ରେ ଓଡିଶା କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହେବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.