Latest Odisha News

BREAKING NEWS

କରୋନା ଲକ୍ଷଣ ଦେଖାଯିବା ପରେ ଗଞ୍ଜାମର ୨ ସାମ୍ବାଦିକଙ୍କ ନମୂନା ପରୀକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ରବିବାର ୨ ଜଣ ସାମ୍ବାଦିକଙ୍କର କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେମାନଙ୍କର ନମୂନା ପରୀକ୍ଷା କରାଯାଇଛି ।

ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କୁହାଯାଇଛି ଯେ, ସିଟି ହସ୍ପିଟାଲରେ ୨୬ଜଣ ସାମ୍ବାଦିକଙ୍କର ହେଲଥ ସ୍କ୍ରିନିଂ ହେଉଥିବା ସମୟରେ ୨ଜଣ ସାମ୍ବାଦିକଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ଏହି ୨ ସାମ୍ବାଦିକଙ୍କ ନମୂନା ସଂଗ୍ରହ ହୋଇଥିବା ବେଳେ ଫଳାଫଳକୁ ଅପେକ୍ଷା କରାଯାଇଛି ।

ଅଧିକ ପଢନ୍ତୁୁ – ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୪ ଛୁଇଁଲା

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଞ୍ଜନଗର ତହସିଲର ଝିଲିଆଗୋଚ୍ଛା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ କରାଯାଇଛି । ଏହି ଗ୍ରାମରୁ ୪ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଗଞ୍ଜାମ ଜିଲ୍ଲାରେ ସମୁଦାୟ କେସ୍ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୫୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାରେ ୨୨୮ଟି ଆକ୍ଟିଭ୍ କେସ୍ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.