Latest Odisha News

BREAKING NEWS

ଜଳବାୟୁ ପରିବର୍ତନ ନେଇ ଭବିଷ୍ୟବାଣୀ: ୧୦୦ ଦିନ ହିଟୱେଭ, ସବୁ କିଛି ଜଳିଯିବ !

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତନ ଗବେଷକମାନଙ୍କୁ ଚିନ୍ତାରେ ପକାଇ ଦେଲାଣି । ପରିସ୍ଥିତି ଏପରି ହେଲାଣି ଯେ, ଜଳବାୟୁ ସମ୍ପର୍କରେ ଭବିଷ୍ୟବାଣୀ କରିବା କଷ୍ଟକର ହେଲାଣି । ଗ୍ରୀନପିସ ଇଣ୍ଡିଆର ସର୍ଭେ ଅନୁସାରେ ୧୯୯୧ରୁ ୨୦୧୮ ପର୍ଯ୍ୟନ୍ତ ୦.୭ ଡିଗ୍ରୀ ତାପମାତ୍ରା ବଢ଼ିଥିଲା । ମାତ୍ର ୨୦୨୨ରେ ଏହା ୦.୯ ରହିଛି । ଯଦି ଏହି ଭଳି ଚାଲେ ତାହାହେଲେ ଏହି ଶତାବ୍ଦୀର ଶେଷ ଭାଗରେ ତାପମାତ୍ରା ୪ ଡିଗ୍ରୀ ବଢ଼ିଯିବ । ୪୦ ଦିନ ବଦଳରେ ୧୦୦ ଦିନ ପର୍ଯ୍ୟନ୍ତ ହିଟ ୱେଭ ରହିବ । ଯାହାକି ସମସ୍ତଙ୍କ ମୃତ୍ୟୁର କାରଣ ହୋଇପାରେ । ଫସଲ ବଂଚାଇବା କଷ୍ଟକର ହୋଇପଡିବ ଏବଂ ଜୀବଜନ୍ତୁ ଅକାଳରେ ମୃତ୍ୟୁବରଣ କରିବେ । ହିଟୱେଭରେ ଭାରତର ସ୍ଥାନ ୫ମ ରହିଛି । ୫୦ ବର୍ଷ ମଧ୍ୟରେ ୧୭୦୦୦ରୁ ଅଧିକ ମୃତ୍ୟୁ ହୋଇଛି ।

ଏବେଠାରୁ ସମସ୍ତେ ସତର୍କ ନ ହେଲେ ସବୁ କିଛି ଶେଷ ହୋଇଯିବ ବୋଲି ଗ୍ରୀନପିସ ଇଣ୍ଡିଆର କ୍ୟାମ୍ପେନ ମ୍ୟାନେଜର ଅବିନାଶ ଚଂଚଲ କହିଛନ୍ତି । ଜଳବାୟୁ ପରିବର୍ତନକୁ ରୋକିବା ପାଇଁ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ନଗର ନିଗମଗୁଡିକୁ ଗ୍ରୀନ ବେଲଟ ପ୍ରସ୍ତୁତ କରିବାକୁ ପଡିବ । ବୃକ୍ଷ ରୋପଣ ଏବଂ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡିବ । ଗୋଟିଏ ୫୦୦ ବର୍ଷର ଗଛ କାଟି ତା ବଦଳରେ ପଲିଥିନରେ ଛୋଟ ବୃକ୍ଷ ଲଗାଇଲେ ସମାଧାନ ହୋଇଯିବ ନାହିଁ ବୋଲି ଜଣେ ପରିବେଶବିତ କହିଛନ୍ତି । ସେଥିପାଇଁ ବିକାଶ କାର୍ଯ୍ୟରେ ବଳି ପଡୁଥିବା ବୃକ୍ଷ ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ।

Leave A Reply

Your email address will not be published.