Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବାପା ଖୋଳିଥିବା ବୋରୱେଲରେ ପଡ଼ିଗଲା ୧୦ ବର୍ଷର ପୁଅ, ଉଦ୍ଧାର କାର୍ଯ୍ୟ ଜାରି

ରାୟପୁର: ୮୦ ଫୁଟ୍ ତଳେ ୧୦ ବର୍ଷ ଛୁଆ । ବାପା ଖୋଳିଥିବା ବୋରୱେଲରେ ଫସିଲା ପୁଅ । ଚାଷ ପାଇଁ ବାପା ଘର ପଛପଟେ ବୋରୱେଲ୍ ଖୋଳିଥିଲେ । ହେଲେ ପାଣି ନମିଳିବାରୁ ପୋତିଲେନି, ସେମିତି ଛାଡ଼ି ଦେଇଥିଲେ । ଏବେ ସେ ବୋରୱେଲରେ ଫସିଛି ପୁଅ । ଏଭଳି ଘଟଣା ଘଟିଛି ଛତିଶଗଡ଼ର ଜଞ୍ଜଗିର ଚମ୍ପା ଜିଲ୍ଲାରେ । ଶୁକ୍ରବାର ରାତିରୁ ୧୦ ବର୍ଷର ବାଳକ ରାହୁଲ ୮୦ ଫୁଟ୍ ଗଭୀର ବୋରୱେଲରେ ଫସିଛି ।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ସହ ଏସଡିଆରଏଫ୍ ଲାଗିଛନ୍ତି । ଜେସିବି ସାହାଯ୍ୟରେ ବୋରୱେଲର ଚାରିପାଖକୁ ଖୋଳା ଯାଉଥିବା ବେଳେ ସଜାଗ ଅଛନ୍ତି ଡାକ୍ତରୀ ଦଳ । ପାଇପ୍ ସାହାଯ୍ୟରେ ରାହୁଲକୁ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି । ତେବେ ରାହୁଲ ମୁକ ବଧିର ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ସେତେଟା ସଫଳ ହୋଇପାରୁ ନାହିଁ । ୨୦ ଘଣ୍ଟା ହେଲା ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଘଟଣା ଉପରେ ନଜର ରଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ।

ରାହୁଲକୁ ଉଦ୍ଧାର ପାଇଁ ୫୦ ଫୁଟ୍ ଗଭୀର ଗାତ ଖୋଳା ଯାଉଥିବା ବେଳେ ୬୦ ଫୁଟ୍ ପରେ ଟନେଲ୍ କରାଯିବ ବୋଲି ସୂଚନା ମିଳିଛି । ଉଦ୍ଧାର ପାଇଁ ବୋରୱେଲ ରୋବୋଟ ନିୟୋଜନ ପାଇଁ ଗୁଜରାଟରୁ ଟିମକୁ ଡକାଯାଇଛି ।  ରାହୁଲକୁ ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି । ଘଟଣା ପରେ ରାଜ୍ୟରେ ଖୋଲା ପଡ଼ିଥିବା ସମସ୍ତ ବୋରୱେଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

Leave A Reply

Your email address will not be published.