Latest Odisha News

BREAKING NEWS

ଶୀତ ଲହରୀ ନେଇ ୧୧ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଓଡିଶାର ୧୧ଟି ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ରବିବାର ଦିନ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗର ବୁଲେଟିନ ଅନୁଯାୟୀ ମରାଠୱାଡା ଏବଂ ଆଖପାଖ ଅଞ୍ଚଳରେ ସାଇକ୍ଲୋନିକ୍ ସର୍କୁଲେସନ ଯୋଗୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ, ବରଗଡ, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଅନୁଗୁଳରେ ଶୀତ ଲହରୀ ଜାରି ରହିବ।

ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଏବଂ ଉତ୍ତର ଉପକୂଳ ଓଡିଶାରେ ରାତ୍ରୀର ତାପମାତ୍ରାରେ ସର୍ବନିମ୍ନ ୨-୩ ଡିଗ୍ରୀ ସେଲସିୟସ୍ ରହିବ।

ଆହୁରି ମଧ୍ୟ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାର ଅନେକ ସ୍ଥାନରେ ୩-୫ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାର ଅନେକ ସ୍ଥାନରେ ରାତ୍ରୀର ତାପମାତ୍ରା ୨-୪ ଡିଗ୍ରୀ ହ୍ରାସ ପାଇବ।

ଆଇଏମଡି ପକ୍ଷରୁ ଏହି ସମୟ ମଧ୍ୟରେ ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ପ୍ରବଳ ଥଣ୍ଡାରୁ ଦୂରେଇ ରହିବା ପାଇଁ ରାତି ଓ ଭୋର୍ ସମୟରେ ବାହାରକୁ ନବାହାରିବା ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.