Latest Odisha News

BREAKING NEWS

ପୁନଃନିର୍ମାଣ ପାଇଁ ୧୪ ଦିନ ବନ୍ଦ ରହିବ ପୁଣେ ବିମାନବନ୍ଦର

ପୁଣେ : ପୁଣେ ବିମାନବନ୍ଦରରୁ ୧୪ ଦିନ ଉଡ଼ିବନି ବିମାନ । ରନ୍‌ଓ୍ବେ ପୁନଃନିର୍ମାଣ ହେବାକୁ ଥିବାରୁ ଏପ୍ରିଲ୍‌ ୨୬ରୁ ମେ’ ୯ ଯାଏ ପୁଣେ ବିମାନବନ୍ଦରରୁ ଉଡ଼ିବନି ବିମାନ। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି।

ସେହିପରି ୧୪ ଦିନ ବିମାନ ଉଡ଼ାଣ ପ୍ରଭାବିତ ହେବା ନେଇ ସ୍ପଷ୍ଟ କରିଛନ୍ତି ପୁଣେ ବିମାନବନ୍ଦର ନିର୍ଦ୍ଦେଶକ କୂଳଦୀପ ସିଂହ । ବାୟୁସେନା ଅଧିକାରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଏବେ ପୁଣେ ବିମାନବନ୍ଦରରୁ କେବଳ ଦିନରେ ବିମାନ ଉଡ଼ାଣ ହେଉଛି । ରାତିରେ ଉଡ଼ାଣ ଭରୁଥିବା ୧୦ ବିମାନ ମଧ୍ୟ ଦିନରେ ଉଡ଼ାଣ ଭରୁଛି। ଏବେ ରାତି ୮ରୁ ସକାଳ ୮ ଯାଏ ରନ୍‌ ଓ୍ବେ ମରାମତି କାର୍ଯ୍ୟ ଚାଲୁଥିବା କୂଳଦୀପ କହିଛନ୍ତି।

ପ୍ରତିଦିନ ପୁଣେ ବିମାନବନ୍ଦରରୁ ୧୦ ହଜାର ଯାତ୍ରୀ ଉଡ଼ାଣ ଏବଂ ଅବତରଣ କରୁଛନ୍ତି । ଲକ୍‌ଡାଉନ୍‌ ପୂର୍ବରୁ ପୁଣେ ଏୟାରପୋର୍ଟରେ କେବଳ ଗୋଟିଏ ରନ୍‌ ଓ୍ବେ ଥିଲା। ପ୍ରତିଦିନ ୧୭୦ ବିମାନ ଚଳାଚଳ କରୁଥିଲା। ବିମାନ ସଂଖ୍ୟା ବଢ଼ୁଥିବା ବେଳେ ଅଧିକ ରନ୍‌ ଓ୍ବେରେ ଆବଶ୍ୟକତା ଥିବା ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

Leave A Reply

Your email address will not be published.