Latest Odisha News

BREAKING NEWS

ରାଜଧାନୀରେ ତୁହାକୁ ତୁହା ବର୍ଷା, ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା

ଭୁବନେଶ୍ଵର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା। ରାଜଧାନୀ ଭୁବନେଶ୍ଵରରେ ତୁହା କୁ ତୁହା ବର୍ଷା ଜାରି ରହିଛି । ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ଖୋର୍ଦ୍ଧା, ଗଞ୍ଜାମକୁ ଅତି ପ୍ରବଳ ବର୍ଷା ପାଇଁ ହଳଦିଆ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ପ୍ରବଳ ବର୍ଷା ସହ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ବିଶେଷ କରି ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ୭ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ମାଲଗାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ସୋନପୁର, ଢେଙ୍କାନାଳ ଓ ଦେବଗଡ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିବା ବେଳେ କନ୍ଧମାଳ, ସୁନ୍ଦରଗଡ, କଟକ, ଗଞ୍ଜାମ, ଗଜପତି, ଯାଜପୁର, ଝାରସୁଗୁଡା, ଖୋର୍ଦ୍ଧା, କେନ୍ଦ୍ରାପଡା, ନୟାଗଡ, ପୁରୀ, ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ଚେତେଇ ଦେଇଛି ।

 

Leave A Reply

Your email address will not be published.