ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୯ଟି ଜିଲ୍ଲାରେ ମଙ୍ଗଳବାର ଝଡ଼ବର୍ଷା ସହିତ ବଜ୍ରପାତ ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗର ସଦ୍ୟ ରିପୋର୍ଟ ଅନୁସାରେ, ଏହିସବୁ ଜିଲ୍ଲାରେ ଆଗାମୀ ତିନି ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସହ ପ୍ରବଳ ପବନ ବହିପାରେ। ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ଭଦ୍ରକ, ଜଗତସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡ଼ା, ନୂଆପଡ଼ା, ସମ୍ବଲପୁର।
ଏହି ଜିଲ୍ଲାଗୁଡ଼ିକ କିଛି କିଛି ସ୍ଥାନରେ ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର ବଜ୍ରପାତ, ହାଲୁକା ବର୍ଷା ହେବାର ସମ୍ଭାବନା ଅଛି। ଦୁର୍ବଳ ନିର୍ମାଣ, କଦଳୀ ଗଛ ଏବଂ ଠିଆ ଫସଲର ସାମାନ୍ୟ କ୍ଷତି ପାଇଁ ଲୋକଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।
ତେବେ ପାଣିପାଗ ଉପରେ ନଜର ରଖିବାକୁ ଏବଂ ଆବଶ୍ୟକ ହେଲେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରସ୍ତୁତ ରହିବାକୁ ଆଇଏମଡି ପରାମର୍ଶ ଦେଇଛି। ସେହିପରି ବଜ୍ରପାତରୁ ନିଜକୁ ରକ୍ଷା କରିବା ଏବଂ ଫସଲର କ୍ଷତି ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
Comments are closed.