Latest Odisha News

BREAKING NEWS

୪୮ ଘଣ୍ଟା ଯାଏଁ ଓଡିଶାରେ ଜାରି ରହିବ ଶୀତ ଲହରୀ: ଆଇଏମଡି

ଭୁବନେଶ୍ୱର : ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାରେ ଶୀତର ପ୍ରକୋପ ବୃଦ୍ଧି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁଯାୟୀ ଆସନ୍ତା ଫେବୃୟାରୀ ୨ ତାରିଖ ତଥା ଅଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଶୀତ ଲହରୀ ଜାରି ରହିବି ।

କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନ ଏବଂ କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ବୌଦ୍ଧ, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ଯାଏଁ ଲୋକମାନଙ୍କୁ ପ୍ରବଳ ଶୀତର ସମ୍ମୁଖୀନ ହେବାକୁ ପଡିବ । ଆହୁରୀ ମଧ୍ୟ ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୩-୫ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି ।

ଏହାବ୍ୟତିତ ରାଜ୍ୟର ଅନୁଗୁଳ ଓ ଦାରିଙ୍ଗବାଡିର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀକୁ ହ୍ରାସ ପାଇଛି । ସେହି ସ୍ଥାନ ଗୁଡିକ ହେଲା- ସୋନପୁର (୬.୨), ମାଲକାନଗିରି (୯), ଟିଟଲାଗଡ (୭.୫), ଫୁଲବାଣୀ (୬.୮), କୋରାପୁଟ (୮.୬), ବଲାଙ୍ଗୀର (୭.୪), ଭବାନୀପାଟଣା (୮), ତାଳଚେର (୯.୫), ସମ୍ବଲପୁର (୮.୫), କେନ୍ଦୁଝର (୭.୮), ଝାରସୁଗୁଡା (୮.୧), ବାରିପଦା (୯),ବାଲେଶ୍ୱର (୯.୪) ରହିଛି ।

କଟକ ଓ ଭୁବନେଶ୍ୱରରେ ତାପମାତ୍ରା ଯଥାକ୍ରମେ ୧୦.୨ ଓ ୧୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Leave A Reply

Your email address will not be published.