Latest Odisha News

BREAKING NEWS

ଦଇତାପତି ନିଯୋଗର ନୂଆ ସଭାପତି ହେଲେ ରବୀନ୍ଦ୍ର ଦାସମହାପାତ୍ର

ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିରର ଦଇତାପତି ନିଯୋଗ ନିର୍ବାଚନର ଫଳାଫଳ ଗୁରୁବାର ଦିନ ଘୋଷଣା କରାଯାଇଛି ।

ଏହି ଫଳାଫଳ ଅନୁଯାୟୀ ନିଯୋଗର ନୂଆ ସଭାପତି ରବୀନ୍ଦ୍ର ଦାସମହାପାତ୍ର ହୋଇଥିବାବେଳେ ସୂର‌୍ୟ୍ୟ ନାରାୟଣ ସ୍ୱାଇଁମହାପାତ୍ର ଉପ-ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଆହୁରି ମଧ୍ୟ ଦୁର୍ଗା ପ୍ରସାଦ ଦାସମହାପାତ୍ର ଓ ଅମିତ ଦାସମହାପାତ୍ର ଯଥାକ୍ରମେ ନିଯୋଗର ସମ୍ପାଦକ ସହସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏଥିସହିତ ଚନ୍ଦ୍ର ଶେଖର ଦାସମହାପାତ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.