ଭୁବନେଶ୍ବର: ଆସନ୍ତା ୩ ଦିନ ଯାଏଁ ରାଜ୍ୟ ଜାରି ରହିବ ପ୍ରବଳ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୧୬ ତାରିଖ ଯାଏଁ ହିଟଓ୍ବେଭ କଲବଲ କରିବ । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଟପିପାରେ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଏନେଇ ପାଣିପାଗ ବିଭାଗ ଦେଇଥିବା ସୁଚନା ଅନୁଯାୟୀ, ଆଇଏମଡି ପକ୍ଷରୁ ଆଗାମୀ ୫ ଦିନ ପାଇଁ ହିଟଓ୍ବେଭ୍ ନେଇ ସତର୍କ ଜାରି ହୋଇଥିବା ବେଳେ ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । କିଛି କିଛି ସ୍ଥନରେ ତାପମାତ୍ରା ୪୧ ଡିଗ୍ରି ଟପିପାରେ । ଏନେଇ ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ସିଭିୟର ହିଟଓ୍ବେଭ୍ ଓ୍ବାର୍ଣ୍ଣି ଜାରି କରାଯାଇଛି । ସିଭିୟର ହିଟଓ୍ବେଭ୍ ନେଇ ଆସନ୍ତକାଲି ୩ ଜିଲ୍ଲା, ଝାରସୁଗୁଡା, ସମ୍ବଲପୁର, ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଉ ୯ ଜିଲ୍ଲାକୁ, କେନ୍ଦୁଝର, ବରଗଡ, ବାଲେଶ୍ବର, ଗଜପତି, ସବୁର୍ଣ୍ଣପୁର, ଅନୁଗୁଳ, ଢେଙ୍କାନାଳ ଓ କଳାହାଣ୍ଡି ଏବଂ ଭଦ୍ରକକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏଥିସହିତ ଆସନ୍ତା ୧୮ ତାରିଖ ଯାଏଁ ଆଭ୍ୟନ୍ତରୀଣ ବିଶେଷ କରି ଉପକୂଳ ଓଡିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବହା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚାଇ ଦିଆଯାଇଛି ।
ସେପଟେ ଆଜି ଦିନ ସାଢେ ୨ଟା ସୁଦ୍ଧା ୪୦ ଟପିଛି ରାଜ୍ୟର ତାପମାତ୍ରା । ସାଢ଼େ ୨ଟାରେ ୪୦ ଟପିଲା ୨ ସହର ଝାରସୁଗୁଡା ଏବଂ ସମ୍ବଲପୁର । ୪୦.୨ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ସମ୍ବଲପୁର ୪୦, ରାଉଲକେଲା ୩୯.୪, ହୀରାକୁଦ ୩୯, କେନ୍ଦୁଝର ୩୭.୬, ଭୁବନେଶ୍ବର ଓ ଚାନ୍ଦବାଲି ୩୭ ଡିଗ୍ରୀ ରେକର୍ଡ କରିଛି ।