Latest Odisha News

BREAKING NEWS

ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡିଶାର ୯ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ଜାରି ରହିବ ବୋଲି ସୋମବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି ।

ପାଣିପାଗ ବିଭାଗର ସକାଳ ବୁଲେଟିନ୍ ଅନୁଯାୟୀ ଆଗାମୀ ୨୪ ଘଣ୍ଟା ଯାଏଁ ପାଗ ଶୁଖିଲା ରହିବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହ ଘଡଘଡି ହେବ । ଏହାବ୍ୟତିତ ଜାନୁଆରୀ ୨୮ ତାରିଖ ବେଳକୁ ଉତ୍ତର ଓ ଦକ୍ଷିଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏବଂ ଜାନୁଆରୀ ୨୯ ବେଳକୁ ଉତ୍ତର-ଉପକୂଳ ଓଡିଶାର ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ଏହାବ୍ୟତିତ କଟକ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଝାରସୁଗୁଡା, ମୟୂରଭଞ୍ଜ ଓ କେନ୍ଦୁଝରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଜାନୁଆରୀ ୨୮ ବେଳକୁ ଏବଂ ମୟୂରଭଞ୍ଜ ଓ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ଆଶାଙ୍କା ରହିଛି ।

ସେହିପରି ଜାନୁଆରୀ ୩୦ ଓ ୩୧ ତାରିଖ ତଥା ଏହି ଦୁଇଦିନ ଧରି ରାଜ୍ୟର କିଛିକିଛି ସ୍ଥାନରେ ଘନ କୁହୁଡି ଦେଖାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.