ଭୁବନେଶ୍ଵର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ସୃଷ୍ଟି ହୋଇଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଲଘୁଚାପ ଗତି କରିବ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ଅବପାତ ରୂପ ନେବ । ପରେ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଆନ୍ଧ୍ର ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ୧୭ ତାରିଖ ବେଳକୁ ଓଡ଼ିଶା ଉପକୂଳ ମୁହାଁ ହେବ ବୋଲି ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି ।
ଆଜିଠାରୁ ୧୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି । ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଓ ୧୭ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କାଲି ଓଡ଼ିଶାରେ ପ୍ରବଳ ବର୍ଷା ହେବାନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଇଏମଡି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଆଲର୍ଟ କରାଯାଇଛି । ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ୨୦୦ ମିଲିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି ।
ସେପଟେ ବର୍ଷା କଥା ଶୁଣି ଚାଷୀ ମନରେ ଛନକା ପଶିଛି । ବର୍ତ୍ତମାନ ସୁଦ୍ଧାର ଧାନର ୮୫ ଭାଗ ପାଚି ଯାଇଥିବା ବେଳେ ଅମଳ ପୂର୍ବରୁ ବର୍ଷା ଦେଖି ଚିନ୍ତାରେ ଚାଷୀ । ସେପଟେ ଧାନକୁ କାଟିନେଇ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେଇଛି କୃଷି ବିଭାଗ । କଟା ଯାଇଥିବା ଧାନକୁ ବେଙ୍ଗଳା କରି କିମ୍ବା ସମସ୍ତ କଟା ଧାନ ଅମଳ ସମ୍ଭବ ନହେଲେ ସୁରକ୍ଷିତ ସ୍ଥାନରେ ପାଲ କିମ୍ବା ପଲିଥିନ ଘୋଡାଇ ରଖିବାକୁ କୃଷି ବିଭାଗ ପରାମର୍ଶ ଦେଇଛି ।
Comments are closed.