Latest Odisha News

ପୁଣି ସୃଷ୍ଟି ହୋଇପାରେ ଲଘୁଚାପ: ୫ ଦିନ ପ୍ରବଳ ବର୍ଷିବ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୬ ତାରିଖରେ ପ୍ରବଳ ବର୍ଷା ହେବ। ସୋମବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। କିନ୍ତୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆଜି ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାରେ ଲାଗିରହିବ ବର୍ଷା। ବିଜୁଳି ଘଡ଼ଘଡ଼ି ପାଇଁ ମଧ୍ୟ ୱାର୍ଣ୍ଣିଂ ଜାରି ହୋଇଛି। ୧୫ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଆଜି (ମଙ୍ଗଳବାର) ଲଘୁଚାପ ସୃଷ୍ଟି ହୋଇପାରେ। ୨୪, ୨୫ ଓ ୨୬ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି। ୨୫, ୨୬ ଓ ୨୭ ତାରିଖରେ ସମ୍ବଲପୁରରୁ ସୁନ୍ଦରଗଡ଼ ଯାଏ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ। ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରରେ ଭାରୀ ବର୍ଷା ହେବ। ୨୬ ତାରିଖରେ ସାରା ରାଜ୍ୟରେ ଭାରି ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

ସେହିପରି ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗିରହିବ। ବିଶେଷ କରି ଆଂଶିକ ଭାବେ ପୂର୍ବ ଓ ପଶ୍ଚିମ ଓଡ଼ିଶା ଏବଂ ସମ୍ପୂର୍ଣ୍ଣ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ତେବେ ୨୭ ପରେ ପାଗରେ ପରିବର୍ତ୍ତନ ହେବ ବୋଲି ଆଶା ରଖାଯାଇଛି। ୨୪ ତାରିଖରେ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁରରେ ଭାରି ବର୍ଷା ସମ୍ଭାବନା ଅଛି। ୨୫ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ଭାରି ବର୍ଷା ହୋଇପାରେ। ୨୬ରେ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀରରେ ୭୦ରୁ ୧୧୦ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି ।

Leave A Reply

Your email address will not be published.