Latest Odisha News

ତତଲା କଡେଇରେ ଭାଜି ହେଉଛି ଓଡିଶା, ଦିନ ୨.୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ଭୁବନେଶ୍ଵର

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ଓଡିଶା । ଦିନ ୨.୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ଵର । ରାଜ୍ୟରେ ଏବେ ପାରଦ ଉପର ମୁହାଁ ହୋଇଛି । ୪ ଦିନର ଆଶ୍ଵସ୍ତି ପରେ ଗତ ଦୁଇ ଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ଆଜି ଦିନ ସାଢେ ୨ଟା ସୁଦ୍ଧା ୨ ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଛି ।

୩୯.୬ ଡିଗ୍ରୀ ସହ ଭୁବନେଶ୍ୱର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ସେହପରି ଚାନ୍ଦବାଲିରେ ୩୯.୨ ଡିଗ୍ରୀ, ଝାରସୁଗୁଡ଼ାରେ ୩୮.୮ ଡିଗ୍ରୀ, ରାଉରକେଲାରେ ୩୭.୮ ଡିଗ୍ରୀ, କେନ୍ଦୁଝରରେ ୩୭.୪ ଡିଗ୍ରୀ, ସମ୍ବଲପୁରରେ ୩୭.୨ ଡିଗ୍ରୀ, ହୀରାକୁଦରେ ୩୭.୨ ଡିଗ୍ରୀ, ବାଲେଶ୍ୱରରେ ୩୭° ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ପାରାଦୀପରେ ୩୫.୫ଡିଗ୍ରୀ, ପୁରୀରେ ୩୪.୬ ଡିଗ୍ରୀ ଓ ଗୋପାଳପୁରରେ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ହିଟୱେଭ୍‌ ଜାରି ରହିବ । ୧୭ ଠୁ ୨୦ ତାରିଖ ଭିତରେ ତାପମାତ୍ରା ଆହୁରି ବୃଦ୍ଧି ପାଇବା ସହ କିଛି ସ୍ଥାନରେ ୪୩ ଡିଗ୍ରୀ ତାପମାତ୍ରା ଛୁଇଁବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Comments are closed.