Latest Odisha News

ରାଜ୍ୟର ସକ୍ରିୟ ରହିଛି ମୌସୁମୀ, ଆସନ୍ତା ୫ଦିନ ଯାଏଁ ଘଡଘଡି ସହ ପ୍ରବଳ ବର୍ଷା

ଭୁବନେଶ୍ବର: ଅନୁକୂଳ ପାଗ ହେବା ପରେ ସକ୍ରିୟ ହୋଇଉଠିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମାଲକାନାଗିରିକୁ ଅତିକ୍ରମ କରି ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଦ ଥାପିଛି ମୌସୁମୀ ବାୟୁ । ବର୍ତ୍ତମାନ ସୁଦ୍ଧା ୨୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବରେ ମୌସୁମୀ ବାୟୁ ଛୁଇଁଥିବା ବେଳେ ୬ଟି ଜିଲ୍ଲାରେ ଆଂଶିକ ଭାବରେ ପ୍ରବେଶ କରିଛି । ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ ମୌସୁମୀର ଆଗମନ ଫଳରେ ବିଭିନ୍ନ ସ୍ଥନରେ ଲଗାଣ ବର୍ଷା ଜାରି ରହିଛି ।

ସେପଟେ ଆଭ୍ୟନ୍ତରୀଣ ଓଡିଶା ତଥା ଏହାର ସଂଲଗ୍ନ ସ୍ଥାନରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାକି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଛତିଶଗଡ଼ ମୁହାଁ ହୋଇପାରେ। ଏହା ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ଏବଂ ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ।

ସେପଟେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ସହ ଘଡଘଡି ଲାଗି ରହିବ । ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଟି ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ଅନ୍ୟ ୨୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ଘଡ଼ଘଡ଼ି ସହ ହାଲୁକା ବର୍ଷା ଲାଗି ରହିବ । ୨୬ରୁ ବର୍ଷାର ପରିମାଣ ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Comments are closed.