Latest Odisha News

ଇମ୍ଫାକୁ ସମ୍ମାନଜନକ ଫିମି ହିନ୍ଦୁସ୍ଥାନ ଜିଙ୍କ୍ ସ୍ୱାସ୍ଥ୍ୟ ଓ ନିରାପତ୍ତା ପୁରସ୍କାର

ଭୁବନେଶ୍ୱର: ଫେରୋକ୍ରମ ଉତ୍ପାଦନକାରୀ କମ୍ପାନୀ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍ (ଇମ୍ଫା)କୁ ଏହାର ମହାଗିରି ମାଇନ୍ସ (କ୍ରୋମାଇଟ୍‌) ପାଇଁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ମିନେରାଲ୍ ଇଣ୍ଡଷ୍ଟ୍ରିଜ୍ (ଫିମି) ଦ୍ୱାରା ସମ୍ମାନଜନକ ‘ହିନ୍ଦୁସ୍ଥାନ ଜିଙ୍କ୍ ହେଲ୍‌ଥ ଆଣ୍ଡ ସେଫ୍ଟି ଆୱାର୍ଡ ୨୦୧୯-୨୦’ରେ ସମ୍ମାନିତ ହୋଇଛନ୍ତି ।

ଭୂତଳ ଖଣି ବର୍ଗରେ ଉତ୍ତମ ବୃତ୍ତିଗତ ସ୍ୱାସ୍ଥ୍ୟ ଓ ନିରାପତ୍ତା ପ୍ରଦର୍ଶନ ପାଇଁ ମହାଗିରି ମାଇନ୍ସ (କ୍ରୋମାଇଟ୍‌)କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଇମ୍ଫା ତରଫରୁ ସିନିଅର ଭିପି ତଥା ହେଡ୍‌-ମାଇନ୍ସ ବିଜନେସ୍ ୟୁନିଟ୍ ସଞ୍ଜିବ ଦାସ ନୂଆଦିଲ୍ଲୀର ଫିମି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଭର୍ଚୁଆଲ୍ ସମାରୋହରେ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟର ସଚିବ ଅନିଲ୍ କୁମାର ଜୈନଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ପୁରସ୍କାର ଆମ ଟିମକୁ ଆହୁରି ଉତ୍ସାହିତ କରିବ ବୋଲି ଏହି ଅବସରରେ କହିଛନ୍ତି ଇମ୍ଫାର ମ୍ୟାନେଜିଂ ଡାଇରେକ୍ଟର ଶୁଭ୍ରକାନ୍ତ ପଣ୍ଡା ।

Leave A Reply

Your email address will not be published.