Latest Odisha News

BREAKING NEWS

‘ମୁଁ ମୋଦିଙ୍କ ହନୁମାନ,ମୋ ଛାତି ଚିରିଲେ ମୋଦି ଜୀ ବାହାରିବେ’: ଚିରାଗ ପାସୱାନ୍

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମାଲୋଚନାକୁ ନେଇ ସହଯୋଗୀ ବିଜେପି ଠାରୁ ବିମୁଖୀ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଛନ୍ତି ଚିରାଗ ପାସୱାନ୍ ।

ଚିରାଗ ପାସୱାନ୍ ଆଜି କହିଛନ୍ତି ଯେ ବିଜେପି ନେତାଙ୍କ ମନ୍ତବ୍ୟ ତାଙ୍କୁ ଆଘାତ କରିଛି । କିନ୍ତୁ ତାଙ୍କ ଲକ୍ଷ୍ୟ ବିଜେପି ସହିତ ସରକାର ଗଠନ କରିବା ଅଟେ ।

ରାଜ୍ୟରେ ନିର୍ବାଚନ ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିକୁ ବ୍ୟବହାର ନକରିବାକୁ ବିଜେପି ଚିରାଗଙ୍କୁ ଚେତାବନୀ ଦେଇଛି ।

ଏହି ସମୟରେ ଲୋକ ଜନତା ପାର୍ଟି (ଏଲଜେପି) ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ରାମ’ ଏବଂ ନିଜକୁ ‘ରାମଭକ୍ତ ହନୁମାନ’ ବୋଲି ବର୍ଣ୍ଣନା କରିଛନ୍ତି।

୩୭ ବର୍ଷୀୟ ଚିରାଗ ପାସୱାନ ନାଟକୀୟ ଢଙ୍ଗରେ କହିଛନ୍ତି,” ମୋର ପିଏମ ମୋଦୀଙ୍କ ଫଟୋ ଦରକାର ନାହିଁ। ସେ ମୋ ହୃଦୟରେ ଅଛନ୍ତି। ରାମଙ୍କ ପାଇଁ ହନୁମାନଙ୍କ ଭକ୍ତି ପରି, ଯଦି ତୁମେ ମୋର ହୃଦୟ ଖୋଲିବ ତେବେ ତୁମେ କେବଳ ମୋଦୀ-ଜି ପାଇବ ।”

ନୀତୀଶ କୁମାର ହିଁ ନିଜକୁ ଅସୁରକ୍ଷିତ ମନେ କରି ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଅଧିକ ଆବଶ୍ୟକ କରୁଥିଲେ ବୋଲି ଚିରାଗ ପରିହାସ କରିଛନ୍ତି ।

ଗତ ସପ୍ତାହରେ ତାଙ୍କ ପିତା ତଥା କେନ୍ଦ୍ର ମନ୍ତ୍ରୀ ରାମ ଭିଲାସ ପାସୱାନଙ୍କ ଦେହାନ୍ତ ପରେ ଏଲଜିପି ସାଂସଦ ଶୋକ ପ୍ରକାଶ କରିଛନ୍ତି ଯେ ନୀତୀଶ କୁମାର ହିଁ ତାଙ୍କ ପିତାଙ୍କ ମୃତ୍ୟୁର କାରଣ ଏବଂ ସେ ଥରେ ଭି ସମବେଦନା ଜଣାଇ ନାହାଁନ୍ତି।

ସେ କହିଛନ୍ତି ଯେ ଯେତେବେଳେ ରାମ ଭିଲାସ ପାସୱାନଙ୍କ ମୃତଦେହ ଦିଲ୍ଲୀରୁ ପାଟନାକୁ ନିଆଯାଇଥିଲା, ନୀତୀଶ କୁମାର ବିମାନବନ୍ଦରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କିନ୍ତୁ ତାଙ୍କୁ ସ୍ୱୀକାର କରିନଥିଲେ। ସେ କହିଛନ୍ତି, “ମୁଁ ତାଙ୍କ ପାଦ ଛୁଇଁଲି ଏବଂ ସେ ମୋତେ ଅଣଦେଖା କଲେ। ସମସ୍ତେ ଏହା ଦେଖିଲେ।”

ଏହାକୁ ନେଇ ଆଜି ବିଜେପି ପକ୍ଷରୁ ପ୍ରତିକ୍ରିୟା ଆସିଛି।

“ଚିରାଗ ପାସୱାନ ବିହାରରେ ଏକ ପୃଥକ ରାସ୍ତା ବାଛିଛନ୍ତି; ସେ ବିଜେପିର ବରିଷ୍ଠ ନେତାଙ୍କ ନାମ ନେଇ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଆମର କୌଣସି ବି କିମ୍ବା ସି ଦଳ ନାହିଁ। ଏନଡିଏ ତିନି-ଚତୁର୍ଥ ସଂଖ୍ୟାଗରିଷ୍ଠତା ପାଇବ। ଚିରାଗଙ୍କ ଦଳକୁ ଭୋଟ୍ କଟର୍ ଦଳ ଭାବରେ ଛାଡି ଦିଆଯିବ” ବୋଲି ଆଜି  କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।

ବିଜେପି ନେତା ଭୁପିନ୍ଦର ଯାଦବ କହିଛନ୍ତି: “ଏନଡିଏ ଏବଂ ନୀତୀଶ କୁମାରଙ୍କ ଉପରେ ଚିରାଗ ପାସୱାନଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ ଏହି ମିଳିତ ମଞ୍ଚର ଏକ ଅଂଶ ଭାବରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସାଂସଦ ହୋଇଥିଲେ। ଫେବୃଆରୀରେ ସେ ବିହାର ସରକାରଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ଛଅ ମାସ ମଧ୍ୟରେ କ’ଣ ହେଲା? ତାଙ୍କର ସ୍ୱାର୍ଥ ହେତୁ ସେ ମିଥ୍ୟା ରାଜନୀତିରେ ଲିପ୍ତ ଅଛନ୍ତି। “

Leave A Reply

Your email address will not be published.