Latest Odisha News

BREAKING NEWS

ଭଦ୍ରକରେ ସିନ୍ଦୁର ଖେଳି ମା’ଙ୍କୁ ବିଦାୟ ଦେଲେ ଭକ୍ତ

ଭଦ୍ରକ: ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା । ସେନେଇ ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପୁଣି ଆର ବର୍ଷକୁ ଅପେକ୍ଷା । ତେବେ ଭଦ୍ରକ ସନ୍ଥିଆ ସ୍ଥିତ ନୀଳକଣ୍ଠପୁରରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଇଛି ମା’ଙ୍କ ଭଷାଣୀ ଉତ୍ସବ । ଏଠାରେ ବଙ୍ଗୀୟ ପରମ୍ପରା ଅନୁସାରେ ପୂଜା କରାଯାଇଥାଏ ।

ପରମ୍ପରା ଅନୁଯାୟୀ, ମହିଳା ମାନେ ନିଜ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପ୍ରଥମେ ମା’ଦୁର୍ଗାଙ୍କୁ ସିନ୍ଦୁର ଦେବା ପରେ ପରସ୍ପର ମଧ୍ୟରେ ସିନ୍ଦୁର ବୋଳାବୋଳି ହୋଇଥାନ୍ତି ଏହାପରେ ମାଆଙ୍କୁ ମେଲାଣି ଦିଅନ୍ତି ।

ମା’ଙ୍କ ଆଗମନରେ ଚଳଚଞ୍ଚଳ ହୋଇପଡିଥିଲା ସହର । ହେଲେ ଆଜି ମା’ଙ୍କୁ ମେଲାଣି ଦେଇ ବେଶ ଭାବବିହ୍ଵଳ ହୋଇପଡିଛନ୍ତି ଭକ୍ତ । ବଙ୍ଗୀୟ ସମ୍ପ୍ରଦାୟର ସଧବା ନାରୀ ମାନେ ପ୍ରଥମେ ମା’ଙ୍କ ଗାଲକୁ ପାନ ସେକ ଦେଇଥିଲେ ପରେ ସମସ୍ତେ ମିଶି ମା’ଙ୍କୁ ବନ୍ଦାପନ୍ଦା କରିଥିଲେ । ଏହାପରେ ଜଗତଜନନୀଙ୍କୁ ସିନ୍ଦୁର ଲଗାଇଦେବା ସହ ମା’ଙ୍କ ନିକଟରୁ ସିନ୍ଦୁର ଆଣି ପରସ୍ପରକୁ ଲଗାଇ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଯାହାକୁ ବଙ୍ଗୀୟ ପରମ୍ପରାରେ ସିନ୍ଦୁର ଖେଳା ବୋଲି କୁହାଯାଏ ।

ଏହାପରେ ସମସ୍ତ ଭକ୍ତ ଦୁଃଖ ଓ ଅସୁମାରୀ କୋହକୁ ମନ ଚାପିରଖି ସନ୍ଥିଆ ସ୍ଥିତ ସାଳନ୍ଦୀ ନଦୀରେ ମା’ ଦୂର୍ଗାଙ୍କୁ ମେଲାଣି ଦେଇଛନ୍ତି ।

Leave A Reply

Your email address will not be published.