Latest Odisha News

BREAKING NEWS

ତାମିଲନାଡୁ ରାଜଭବନ ମୁଖ୍ୟ ଫାଟକ ସାମ୍ନାରେ ପେଟ୍ରୋଲ ବୋମାମାଡ, ଅଭିଯୁକ୍ତ ଗିରଫ

ଚେନ୍ନାଇ: ବୁଧବାର ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ରାଜ୍ୟପାଳ ଆର.ଏନ୍ ରବିଙ୍କ ବାସଭବନର ମୁଖ୍ୟ ଫାଟକ ନିକଟରେ ପେଟ୍ରୋଲ ବୋମା ଫିଙ୍ଗିଦେଇଥିବା ଘଟଣା ସାମ୍ନାକୁ ଆସିଛି । ରାଜ ଭବନରେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଅଭିଯୁକ୍ତ ଯୁବକ ଜଣକ ପେଟ୍ରୋଲ ବୋମା ଫିଙ୍ଗି ପଳାଇବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ତାଙ୍କୁ ତୁରନ୍ତ କାବୁ କରି ଗିରଫ କରିଛି । ବର୍ତ୍ତମାନ ଏହି ଘଟଣାରେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ।

ତେବେ ରାଜଭବନରେ ପେଟ୍ରୋଲ ବୋମା ଫିଙ୍ଗିଥିବା ଯୁବକ ଜଣକ ହେଲେ କରୁକ୍କା ବିନୋଦ । ଏହା ପୂର୍ବରୁ ମଧ୍ୟ ଯୁବକ ଜଣଙ୍କ ଏପରି କାଣ୍ଡ ଘଟାଇ ଗିରଫ ହୋଇଥିଲେ । ଖବର ଅନୁଯାୟୀ, ୨୦୨୨ ମସିହାରେ ଚେନ୍ନାଇର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ପେଟ୍ରୋଲ ବୋମା ଫିଙ୍ଗିଥିବାରୁ ବିନୋଦଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କୁ ତିନି ଦିନ ପୂର୍ବରୁ ମୁକ୍ତ କରାଯାଇଥିଲା। ଏହି ଘଟଣାର କାରଣ ଜାଣିବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ।

ରାଜଭବନରେ ପେଟ୍ରୋଲ ବୋମା ଫିଙ୍ଗିବା ଘଟଣାରେ ବିଜେପି ନେତା ଅନ୍ନାମଲାଇ ତାମିଲନାଡୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ନାମଲାଇ କହିଛନ୍ତି ଯେ, ଆଜି ରାଜ ଭବନରେ ପେଟ୍ରୋଲ ବୋମା ଫିଙ୍ଗି ଦିଆଯାଇଛି, ଏହା ତାମିଲନାଡୁର ଆଇନ ଶୃଙ୍ଖଳା ପରିସ୍ଥିତିର ବାସ୍ତବ ଚିତ୍ରକୁ ଦର୍ଶାଉଛି । ସେ କହିଛନ୍ତି ଯେ ଡିଏମକେ ସରକାର ଲୋକଙ୍କ ଧ୍ୟାନକୁ ଅଯଥା ପ୍ରସଙ୍ଗରେ ବିଭ୍ରାନ୍ତ କରୁଛନ୍ତି । ରାଜ୍ୟରେ ଅପରାଧୀମାନେ ଏବେ ରାଜ କରିବା ଆରମ୍ଭ କରିଦେଇଛନ୍ତି ।

Leave A Reply

Your email address will not be published.