Latest Odisha News

BREAKING NEWS

ଅସହାୟ ପରିବାରକୁ ସହାୟତା ପ୍ରଦାନ କଲେ ସଙ୍ଗରୋଧ କେନ୍ଦ୍ରର ପ୍ରବାସୀ ଓଡ଼ିଆ

ବୁଗୁଡା: ବୁଗୁଡା ବ୍ଲକର ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଡାକ୍ତର ଦିହୁଡ଼ି ସୁରାଟରେ କାମ କରୁଥିଲେ। ଲକ ଡାଉନ ଯୋଗୁଁ କାମ ବନ୍ଦ ହେବାରୁ ଗ୍ରାମକୁ ଫେରିବାକୁ ଅପେକ୍ଷାରେ ଥିବା ସମୟରେ ହଠାତ୍ ମସ୍ତିଷ୍କ ପକ୍ଷଘାତ ରୋଗରେ ପୀଡ଼ିତ ହୋଇ ଆମ୍ବୁଲାନ୍ସ ଦ୍ୱାରା ଭୁବନେଶ୍ୱର ଫେରୁଥିବା ବେଳେ ମହାରାଷ୍ଟ୍ର ସୀମାରେ ମୃତ୍ୟୁ ବରଣ କରିଥିଲେ। ଘରେ ବର୍ତ୍ତମାନ ବିଧବା ପତ୍ନୀ ନିଜର ୫ ବର୍ଷର ଝିଅ ଓ ୩ ବର୍ଷର ପୁଅ ଅଛନ୍ତି।

ସୋସିଆଲ ମିଡ଼ିଆରୁ ଏହି ଖବର ଜାଣିବା ପରେ କବିସୂର୍ଯ୍ୟନଗର ବ୍ଲକର ଦେଓଗାଁ ସ୍କୁଲରେ ସଙ୍ଗରୋଧରେ ଥିବା ପ୍ରବାସୀ ଓଡିଆ ଶ୍ରମିକମାନେ ନିଜ ମଧ୍ୟରେ ଅର୍ଥ ସଂଗ୍ରହ କରି ସହଯୋଗର ହାତ ବଢାଇଥିଲେ। ସେମାନେ ୫ ହଜାର ଟଙ୍କା ଆଦାୟ କରି ବୁଗୁଡା ମୌଳିକ ଅଧିକାର ସୁରକ୍ଷା ମଞ୍ଚ ସଭାପତି ତଥା କୃଷକ ନେତା ସନ୍ତୋଷ କୁମାର ସାହୁଙ୍କ ଜରୀଆରେ ସ୍ବର୍ଗତ ଡାକ୍ତରଙ୍କ ବିଧବା ପତ୍ନୀଙ୍କୁ ସେହି ଅର୍ଥ ପ୍ରଦାନ କରିଥିଲେ।

Comments are closed.