Latest Odisha News

BREAKING NEWS

ପାତାଳୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୁରତୀଙ୍କ ସ୍ନାନ ଲୀଳା ସମ୍ପନ୍ନ

ସୁବର୍ଣ୍ଣପୁର: ଜଗତର ନାଥ ଜଗନ୍ନାଥଙ୍କ ଅନନ୍ୟ ଲିଳା କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ରଠାରେ ଚତୁର୍ଦ୍ଧା ମୁରତିଙ୍କ ସ୍ନାନ ଲିଳା ସମାପନ ହୋଇଛି । ପୁରୀ ଶ୍ରୀମନ୍ଦିର ରିତୀ ନୀତି ଅନୁସାରେ ହେଉଥିବା ଏହି ସ୍ନାନ ଯାତ୍ରାରେ ପ୍ରଥମେ ମଙ୍ଗଳ ଆଳତୀ,ସକାଳ ଧୂପ,ସୁର୍ଯ୍ୟପୂଜା ସହ ସମସ୍ତ ନିତୀକାନ୍ତି କରାଯାଇ ମହାପ୍ରଭୁଙ୍କୁ ମନ୍ଦିରରୁ ବାହାର କରାଯାଇଛି । ପ୍ରାକୃତିକ ପରିବେଶ ଭରା ଛଳିଆ ପାହାଡର ଶିଖରରେ ପ୍ରଭୁଙ୍କ ମନ୍ଦିର ରତ୍ନ ବେଦୀରୁ ତିନିଠାକୁରଙ୍କୁ ବାହାର କରି ପହଣ୍ଡିରେ ସ୍ନାନ ମଣ୍ଡପକୁ ନିଆଯାଇଛି ।

ସ୍ନାନ ମଣ୍ଡପରେ ପୂଜାର୍ଚନା କରିବା ପରେ ରୂପା ଢାଳରେ ଜଗତର ନାଥ ଜଗନ୍ନାଥ,ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ସ୍ନାନ ମନ୍ତ୍ର ପଢି ସ୍ନାନ କରାଯାଇଥିଲା । ମହାପ୍ରଭୁଙ୍କ ସ୍ନାନ ପାଇଁ ୧୦୮ ଗରା ସୁବାସିତ ଜଳ ସୁଦୁର ଚିତ୍ରୋତ୍ପଳା (ମହାନଦୀ) ରୁ ଚାଲି ଚାଲି ଆଣିଥିଲେ । କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରେ ଜେଷ୍ଠ ପୁର୍ଣ୍ଣମୀ ଅବସରରେ ପୁରୀ ଶ୍ରୀମନ୍ଦିର ଚତୁର୍ଦ୍ଧା ବିଗ୍ରହଙ୍କ ଦେବସ୍ନାନ ଯାତ୍ରାରେ ପୁରୀ ଶ୍ରୀମନ୍ଦିର ରିତୀ ନୀତି ଅନୁଯାୟୀ ଶ୍ରୀ ଜଗନ୍ନାଥ,ବଳଭଦ୍ର ଓ ମା ସୁଭଦ୍ରାଙ୍କ ସ୍ନାନ ହୋଇଛି । ସ୍ନାନ ପରେ ମହାପ୍ରଭୁଙ୍କୁ ହାତୀ ବେଶ ଏବଂ ପରେ ଗଜାନନ ବେଶ କରାଯାଇଥିଲା ।

ମାଦଲା ପାଂଜି କହେ ରକ୍ତବାହୁ ଆକ୍ରମଣ ସମୟରେ ମହାପ୍ରଭୁ ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ଏହି ଛଳିଆ ପାହାଡରେ ଦିର୍ଘ ୧୪୪ ବର୍ଷ ଧରି ପାତାଳି ହୋଇଥିଲେ । ୨୦୦୭ ମସିହାରୁ ଗଜପତି ମହାରାଜ ଓ ପୁରୀ ଶ୍ରୀ ମନ୍ଦିର ପ୍ରଶାସନର ସ୍ୱିକୃତି ପରେ ଶ୍ରୀମନ୍ଦିର ରିତୀ ନିତୀ ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ପ୍ରତି ବର୍ଷ ପରି ସ୍ନାନଯାତ୍ରା ସମାପନ ହୋଇଛି । ଏଥର କୋରୋନା ପାଇଁ ଏଠାରେ ନିରାଡମ୍ବର ଭାବରେ ବିନା ଭକ୍ତରେ ଏହି ସ୍ନାନଯାତ୍ରା ପାଳିତ ହୋଇଛି ।

Leave A Reply

Your email address will not be published.