Latest Odisha News

BREAKING NEWS

Paddy Procurement: ସରୁନି ମଣ୍ଡି ଯନ୍ତ୍ରଣା: ଧାନ କିଣାକୁ ନେଇ ଅଚଳାବସ୍ଥା ଜାରି, ଆନ୍ଦୋଳନରେ ମିଲର୍ସ

ଭୁବନେଶ୍ୱର: ସରକାରଙ୍କ ସହ ମିଲର୍ସଙ୍କ ବୈଠକ ଫେଲ୍। ମଣ୍ଡିରେ ଧାନ ବିକିବାକୁ ଦିନ ଗଣୁଛନ୍ତି ଚାଷୀ। ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଧାନ ମଣ୍ଡିରେ ପଡିରହିଛି ଟନ୍ ଟନ୍ ଧାନ। ସେପଟେ ଟେକନ ଶେଷ ହେବାକୁ ଯାଉଥିବାରୁ ଚିନ୍ତାରେ ଚାଷୀ। ଜ୍ୟରେ ଧାନ କିଣାକୁ ନେଇ ଅଚଳାବସ୍ଥା ଜାରି ରହିଛି। ଆନ୍ଦୋଳନରେ ମିଲର୍ସ।

ସରକାରଙ୍କ ସହ ମିଲର୍ସ ଆସୋସିସନର ବୈଠକ ବିଫଳ ପରେ ମଣ୍ଡିରୁ ଉଠୁନି ଧାନ। ଶୀତ କାକରରେ ବସ୍ତା ବସ୍ତା ଧାନ ଧରି ବସିରହିଛନ୍ତି ଚାଷୀ। ମିଲର୍ସ ଧାନ କିଣିବା ବଦଳରେ ରାଜଧାନୀରେ ନିଜର ହକ ପାଇଁ ପ୍ରତିବାଦ କରୁଛନ୍ତି। ଦାବି ପୂରଣ ନେଇ ସରକାର ଲିଖିତ ପ୍ରତିଶୃତି ନଦେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି।

ସଂରକ୍ଷଣ ରକ୍ଷଣା ବେକ୍ଷଣ ଓ ପରିବହନ ବାବଦକୁ ୨୦୨୩-୨୪ ଏବଂ ୨୦୨୪-୨୫ ବର୍ଷ ରେ ମିଲର୍ସମାନଙ୍କ ୩୫୦ କୋଟି ଟଙ୍କା ସରକାର ବ୍ରକେୟା ରାଶି ରଖିଛନ୍ତି। ଖୁଵଶୀଘ୍ର ସରକାର ଏହି ବାକି ଟଙ୍କା ପୈଠ କରନ୍ତୁ ବୋଲି ସଂଘ ଦାବି କରିଛି। ଏଥିସହ ମିଲିଂ ଚାର୍ଜ ବୃଦ୍ଧି କରିବାକୁ ସଂଘ ଦାବି କରିଛି। ସରକାରଙ୍କୁ ୧୪ ମାସର ସମୟ ଦିଆଯାଇଥିଲା। ହେଲେ ସରକାର ମାସେ ସମୟ ମାଗିଥିଲେ କିନ୍ତୁ ମିଲର୍ସମାନେ ସମୟକୁ ଅପେକ୍ଷା କରିବେ ନାହିଁ ବୋଲି ବୈଠକରେ ସଂଘ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.