ଭୁବନେଶ୍ବର: ବର୍ତ୍ତମାନ ବୃହସ୍ପତି ବୃଷ ରାଶିରେ ଅବସ୍ଥିତ ଅଛନ୍ତି । ମେ’ ମାସରେ ମିଥୁନ ରାଶିରେ ପ୍ରବେଶ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି ଗୋଟିଏ ରାଶିରେ ପ୍ରାୟ ୧୩ ମାସ ରୁହନ୍ତି । ପରେ ଅନ୍ୟ ଏକ ରାଶିରେ ପ୍ରବେଶ କରନ୍ତି । ବୃହସ୍ପତିଙ୍କୁ ଗୋଟିଏ ରାଶିକୁ ଫେରିବାକୁ ପୂରା ୧୨ ବର୍ଷ ସମୟ ଲାଗିଯାଏ । ଅର୍ଥାତ୍ ୧୨ ବର୍ଷ ପରେ ବୃହସ୍ପତି ବୁଧଙ୍କ ରାଶି ମିଥୁନ ରାଶିରେ ପ୍ରବେଶ କରିବେ ।
ବୃହସ୍ପତି ୧୪ ମେ’ ୨୦୨୫ ଭୋର ୨ଟା ୩୦ ମିନିଟ ସମୟରେ ବୁଧଙ୍କ ରାଶି ମିଥୁନ ରାଶିରେ ପ୍ରବେଶ କରିବେ । ବୃହସ୍ପତିଙ୍କ ଏହି ଗୋଚର ବିବାହ, ଶିକ୍ଷା,ସନ୍ତାନ,ଧନ,ଧର୍ମ ଏବଂ କ୍ୟାରିଅର ଭଳି ଜୀବନର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ପ୍ରଭାବିତ କରିବ ।
ତେବେ ଏହି ଗୋଚର କିଛି ରାଶି ଉପରେ ବେଶ୍ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ..
ମିଥୁନ: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଶୁଭ ରହିବ । ଏହି ରାଶିର ଲୋକଙ୍କୁ କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ବିବାହିତ ବ୍ୟକ୍ତିମାନଙ୍କୁ ସେମାନଙ୍କ ସନ୍ତାନମାନଙ୍କ ସମ୍ବନ୍ଧୀୟ ଭଲ ଖବର ମିଳିପାରେ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ।
ମେଷ:ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ, ବୃହସ୍ପତିଙ୍କ ରାଶି ପରିବର୍ତ୍ତନ କ୍ୟାରିୟରରେ ଉନ୍ନତିର ସୁଯୋଗ ଆଣିବ । ଚାକିରୀରେ ପଦୋନ୍ନତିର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭାଗ୍ୟ ବେଶ୍
ସମର୍ଥନ କରିବ । ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ । ଆୟ ବୃଦ୍ଧି ହେବ । ଆର୍ଥିକ ସଙ୍କଟ ଦୂର ହେବ ।
ବୃଷ:ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଦ୍ବାରା ବୃଷ ରାଶିର ବ୍ୟକ୍ତି ବିଶେଷମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବ । ବ୍ୟବସାୟରେ ଆର୍ଥିକ ଲାଭର ସମ୍ଭାବନା ରହିବ । ବ୍ୟକ୍ତିଗତ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । ଆୟର ନୂତନ ଉତ୍ସ ପାଇବେ । ଚାକିରୀ କରୁଥିବା ବ୍ୟକ୍ତିମାନେ ପଦୋନ୍ନତିର ଲାଭ ମିଳିବ । ପ୍ରେମ କରୁଥିଲେ ବିବାହରେ ପରିଣତ ହେବାର ସମ୍ଭାବନା ବେଶ୍ ରହିଛି ।
କୁମ୍ଭ:ଏହି ରାଶିର ବ୍ୟକ୍ତି ବିଶେଷମାନେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନରୁ ବହୁତ ଲାଭ ପାଇବେ । ଆର୍ଥିକ ଲାଭର ଅଧିକ ସମ୍ଭାବନା ରହିଛି । ଚାକିରୀ କରୁଥିବା ଲୋକମାନଙ୍କ ପଦୋନ୍ନତି ହେବ । ଦରମା ବୃଦ୍ଧି
ହେବ । ବ୍ୟବସାୟରେ ଉନ୍ନତି ହେବ ।ବୈବାହିକ ଜୀବନ ମଧୁର ହେବ । ପରିବାର ସହିତ ଭଲ ସମୟ ବିତାଇବେ ।
ତୁଳା:ଏହି ରାଶିର ବ୍ୟକ୍ତିବିଶେଷମାନେ ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ ଦ୍ୱାରା ବିଶେଷ ଲାଭ ମିଳିବ । ଜୀବନରେ ଖୁସି ଆସିବ । କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ । ଦୀର୍ଘ ଦିନର ଆର୍ଥିକ ସମସ୍ୟା ଦୂର ହେବ । ଆୟ ପାଇଁ ନୂତନ ରାସ୍ତା ଖୋଜି ପାଇବେ । ଧର୍ମ ପ୍ରତି ଆଗ୍ରହ ବଢିବ ।
Comments are closed.