Latest Odisha News

BREAKING NEWS

ଇମ୍ଫାଲ ବିମାନବନ୍ଦରରେ ଉଡିଲା ଅଜଣା ଡ୍ରୋନ, ବିମାନ ଚଳାଚଳ ବନ୍ଦ

ଇମ୍ଫାଲ: ବିମାନ ବନ୍ଦରରେ ଏକ ଅଜଣା ଡ୍ରୋନ ଉଡୁଥିବା କାରଣରୁ ବନ୍ଦ ହେଲା ବିମାନ ଚଳାଚଳ । ଏଭିଳି ଘଟଣା ଦେଖିବାକୁ ମିଳିଛି ମଣିପୁରର ରାଜଧାନୀ ଇମ୍ଫାଲର ବୀର ଟିକେନ୍ଦ୍ରଜିତ ଅନ୍ତର୍ଜାତୀୟ ବିମାନବନ୍ଦରରେ। ଏୟାର ସ୍ପେସରେ ଏକ ଅଜଣା ଡ୍ରୋନ୍ ମିଳିବା ପରେ ବିମାନ ଚଳାଚଳକୁ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସୂଚନା ଆଜି (ରବିବାର) ମଧ୍ୟାହ୍ନ ୨ ଟା ୩୦ ସମୟରେ ଏହି ଅଞ୍ଚଳରେ ଉକ୍ତ ଡ୍ରୋନକୁ ଚିହ୍ନଟ କରାଯାଇଥିଲା ।

ଏକ ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ଇମ୍ଫାଲରୁ ଯାତାୟତ କରୁଥିବା କିଛି ବିମାନକୁ ବାତିଲ କରାଯାଇଛି ବୋଲି ଜଣାପଡିଛି। ଏହି ସମୟରେ, ଇମ୍ଫାଲ ବିମାନ ବନ୍ଦରକୁ ଆସୁଥିବା ଅନ୍ୟ ବିମାନଗୁଡିକ ଏୟାରଫିଲ୍ଡରୁ ଫେରାଇ ଅନ୍ୟ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା ।

ଏହି ସମୟରେ ହିଂସା ପ୍ରଭାବିତ ରାଜ୍ୟ ମଣିପୁରରରେ ନିୟନ୍ତ୍ରଣ ବାହାରେ ରହିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଏହାକୁ ଦୃଷ୍ଟିରେ ରଖି ମଣିପୁର ସରକାରଙ୍କ ଦ୍ବାରା ଇଣ୍ଟରନେଟ୍ ସେବା ଉପରେ ନିଷେଧାଦେଶକୁ ୫ ଦିନ ଯାଏଁ (୨୩ ନଭେମ୍ବର) ବୃଦ୍ଧି କରାଯାଇଛି । ଏପରି ସମୟରେ ଏହି ଘଟଣା ସାମ୍ନାକୁ ଆସିଛି ଯାହା ସନ୍ଦେହ ଭିତରକୁ ଟାଣିଛି ।

Leave A Reply

Your email address will not be published.