Latest Odisha News

BREAKING NEWS

Raghav Chadha’s 2/3rds Masterstrok: ରାଘବ ଚଢ଼ାଙ୍କ ମାଷ୍ଟରଷ୍ଟ୍ରୋକ…ସାପ ମରିଗଲା ହେଲେ ବାଡ଼ି ଭାଙ୍ଗିଲାନି

ନୂଆଦିଲ୍ଲୀ: ଶୁକ୍ରବାର, ଆମ ଆଦମୀ ପାର୍ଟି (AAP) ଏପର୍ଯ୍ୟନ୍ତ ଏହାର ସବୁଠାରୁ ବଡ଼ ବିଦ୍ରୋହ ଦେଖିଛି। ରାଘବ ଚଢା, ଅନ୍ୟ ସାତ ଜଣ ସାଂସଦଙ୍କ ସହିତ ଦଳ ଛାଡି ବିଜେପିରେ ମିଶିଛନ୍ତି। ଆଉ ରାଘବ ଏହାକୁ ହାସଲ କରିବା ପାଇଁ ବଡ଼ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି। ସାପ ମରିଯାଇଛି ହେଲେ ବାଡ଼ି ଅକ୍ଷତ ରହିଛି…ଅର୍ଥାତ୍ ନିଜ ଆସନ ବଞ୍ଚାଇବା ସହ କେଜ୍ରିୱାଲଙ୍କ ଆସନ ନେଇଛନ୍ତି ରାଘବ। ରାଘବ ଚଢା ଏହାକୁ ହାସଲ କରିବା ପାଇଁ ଏକ ସୁଚିନ୍ତିତ ଆଇନଗତ ରଣନୀତି ବ୍ୟବହାର କରିଥିଲେ। ଯାହାର ଚର୍ଚ୍ଚା ଏବେ ଦିଲ୍ଲୀରୁ ପଲ୍ଲୀ ଥିବା ବେଳେ ବର୍ତ୍ତମାନ ପ୍ରଶ୍ନ ହେଉଛି କି ରାଘବ ଚଢା ଏବଂ ଅନ୍ୟ ଆପ ସାଂସଦଙ୍କ ପାଇଁ ଦଳ ପରିବର୍ତ୍ତନ ବିରୋଧୀ ଆଇନ (Anti-Defection Law) ପ୍ରଯୁଜ୍ୟ ହେବ କି? ନା ରାଘବ ଚଢାଙ୍କ ଦ୍ୱାରା ଅବଲମ୍ବିତ ରଣନୀତି ସେମାନଙ୍କ ପାଇଁ ଢାଲ ଭାବରେ କାର୍ଯ୍ୟ କରିବ?

ଦଳ ପରିବର୍ତ୍ତନ ବିରୋଧୀ ଆଇନ (Anti-Defection Law) ୧୯୮୫ ମସିହାରେ ସମ୍ବିଧାନର ୫୨ ତମ ସଂଶୋଧନ ମାଧ୍ୟମରେ ପ୍ରଚଳନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା କ୍ଷମତା କିମ୍ବା ପଦବୀ ପାଇଁ ଦଳ ପରିବର୍ତ୍ତନ କରୁଥିବା ବିଧାୟକ କିମ୍ବା ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା। ସାଧାରଣତଃ, ଯଦି ଜଣେ ସାଂସଦ ସ୍ୱେଚ୍ଛାକୃତ ଭାବରେ ଦଳ ଛାଡିଦିଏ, ତେବେ ସେମାନଙ୍କର ସଦସ୍ୟତା ବାତିଲ ହୋଇଯାଏ।

କିନ୍ତୁ ଦଳ ପରିବର୍ତ୍ତନ ବିରୋଧୀ ଆଇନରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟତିକ୍ରମ ଅଛି, ଯାହାକୁ ‘ମିଶ୍ରଣ ବା Merger’ କୁହାଯାଏ। ଯଦି କୌଣସି ରାଜନୈତିକ ଦଳ ସମ୍ପୂର୍ଣ୍ଣ ଭାବେ ଅନ୍ୟ ଏକ ଦଳ ସହ ମିଶିଯାଏ, ସେତେବେଳେ ଏହି ନିୟମ ଲାଗୁ ହେବ ନାହିଁ କିମ୍ବା କୌଣସି ଦଳର ଅତି କମରେ ଦୁଇ-ତୃତୀୟାଂଶ ବିଧାୟକ କିମ୍ବା ସାଂସଦ ଏକକାଳୀନ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦିଅନ୍ତି, ତେବେ ସେମାନଙ୍କୁ ଦଳବଦଲୁ ବୋଲି ବିବେଚନା କରାଯାଏ ନାହିଁ।

ଯାହାକୁ ଅତି ଚତୁରତାର ସହିତ ନିଜ ଯୋଜନାରେ କାର୍ଯ୍ୟକାରୀ କରାଇଛନ୍ତି ରାଘବ ଚଢ଼ା। ଆମ ଆଦମୀ ପାର୍ଟିର ରାଜ୍ୟସଭାରେ ମୋଟ ୧୦ ଜଣ ସାଂସଦ ଅଛନ୍ତି। ନିୟମ ଅନୁଯାୟୀ, ଅଯୋଗ୍ୟତା ଏଡାଇବା ପାଇଁ ଅତି କମରେ ସାତ ଜଣ ସାଂସଦ ଏକାଠି ଉପସ୍ଥିତ ରହିବା ଆବଶ୍ୟକ। ରାଘବ ଚଢା ଠିକ୍ ସେହିପରି କରିଥିଲେ। ତାଙ୍କ ସହିତ ସ୍ୱାତୀ ମାଲିୱାଲ, ହରଭଜନ ସିଂହ, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ରାଜିନ୍ଦର ଗୁପ୍ତା ଏବଂ ବିକ୍ରମ ସାହାଣୀଙ୍କ ସମେତ ମୋଟ ସାତ ଜଣ ସାଂସଦଙ୍କୁ ସାଙ୍ଗରେ ଧରି ଆପ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହି ଶକ୍ତି ତାଙ୍କୁ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ସୁରକ୍ଷା ପ୍ରଦାନ କରେ। ଆଉ ଏହି ମାଷ୍ଟରଷ୍ଟ୍ରୋକରେ ସବୁଠୁ ଆକର୍ଷଣୀୟ କଥା ହେଉଛି, ରାଘବଙ୍କ ସହ ଏହି ପଦକ୍ଷେପରେ ସାମିଲ ଅଛନ୍ତି ଅଶୋକ ମିତ୍ତଲ। ଇଏ ସେହି ବ୍ୟକ୍ତି, ଯାହାଙ୍କୁ ଆପର ନେତୃତ୍ୱ ନିକଟରେ ରାଘବ ଚଢାଙ୍କ ସ୍ଥାନରେ ରାଜ୍ୟସଭାରେ ‘ଉପନେତା’ ଭାବରେ ନିଯୁକ୍ତ କରିଛନ୍ତି। ବିଜେପିରେ ଯୋଗ ଦେବା ସହ ରାଘବ ସ୍ପଷ୍ଟ ଭାବରେ କହିଛନ୍ତି, “ଯେଉଁ ଦଳକୁ ମୁଁ ୧୫ ବର୍ଷ ଧରି ମୋର ରକ୍ତ ଏବଂ ଝାଳ ଦେଇ ବଢେଇଥିଲି, ସେ ଏବେ ତା’ର ନୀତିରୁ ବିଚ୍ୟୁତ ହୋଇଛି।” ମୁଁ ସଠିକ୍ ବ୍ୟକ୍ତି ଭୁଲ ଦଳରେ ରହିପାରିଲି ନାହିଁ।’

ସେପଟେ ରାଘବ ଚଢା ସମସ୍ତ ସାତ ଜଣ ସାଂସଦଙ୍କ ସ୍ୱାକ୍ଷରିତ ଚିଠି ଏବଂ ମିଶ୍ରଣ ଡକ୍ୟୁମେଣ୍ଟ ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିଛନ୍ତି। ଯେହେତୁ ସଂଖ୍ୟାଗତ ଶକ୍ତି ଦୁଇ ତୃତୀୟାଂଶ ମାନଦଣ୍ଡ ପୂରଣ କରୁଛି, ତେଣୁ ଏହାକୁ ବୈଷୟିକ ଭାବରେ ‘ଦଳବଦଳ’ ନୁହେଁ ବରଂ ‘ବୈଧ ମିଶ୍ରଣ’ ଭାବରେ ବିବେଚନା କରାଯିବ। ଏହାର ଅର୍ଥ ହେଉଛି ସମସ୍ତ ସାତ ଜଣ ନେତା ଏବେ ବିଜେପି ସାଂସଦ ଭାବରେ ଗୃହରେ ବସିବେ ଏବଂ କେଜରିୱାଲ ସରକାର ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ।

Leave A Reply

Your email address will not be published.