Latest Odisha News

BREAKING NEWS

ହିନ୍ଦୁ ଧର୍ମରେ ମାର୍ଗଶିର ମାସର ବୈଶିଷ୍ଟ୍ୟ…

ଭୁବନେଶ୍ୱର: ହିନ୍ଦୁ ଧର୍ମ ଅନୁସାରେ ବର୍ଷର ନବମ ମାସ ହେଲା ମାର୍ଗଶିର ମାସ । ପୁରାଣ ଅନୁଯାୟୀ, ମାର୍ଗଶିର ମାସରେ ବ୍ରତ ଆଦି କଲେ ଭଗବାନଙ୍କ କୃପା ଲାଭ ହୋଇଥାଏ ।ଏହି ମାସରେ ବ୍ରତ, ପୂଜା ଆଦି କଲେ ଭଗବାନ ଶ୍ରୀ କୃଷ୍ଣଙ୍କ କୃପା ପ୍ରାପ୍ତି ହୋଇଥାଏ ।କାର୍ତ୍ତିକ ପରି ଏହି ମାସର ମଧ୍ୟ ରହିଛି ସ୍ୱତନ୍ତ୍ର ବୈଶିଷ୍ଟ୍ୟ।

ଶାସ୍ତ୍ର ଅନୁସାରେ, ମାର୍ଗଶିର ମାସରେ ନଦୀରେ ସ୍ନାନ କରିବା ପୂର୍ବରୁ ତୁଳସୀ ଗଛର ମାଟି ଶରୀରରେ ଲଗାଇ ସ୍ନାନ କରିବା ଉଚିତ । ସ୍ନାନ ସମୟରେ ଓଁ ନମଃ ନାରାୟଣାୟ କିମ୍ବା ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ।

ଏହାର ଅନ୍ୟାନ୍ୟ ମହତ୍ୱ ମଧ୍ୟ ରହିଛି । ମାର୍ଗଶିର ମାସରେ କୌଣସି ଶ୍ରଦ୍ଧାଳୁ ବ୍ରହ୍ମ ମୁହୂର୍ତ୍ତରେ ୩ ଦିନ ଯାଏଁ କୌଣସି ପବିତ୍ର ନଦୀରେ ସ୍ନାନ କଲେ ସମସ୍ତ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।ସ୍ନାନ ପରେ ଇଷ୍ଟ ଦେବା ଦେବୀଙ୍କୁ ପ୍ରଣାମ କରିବା ଉଚିତ।

Comments are closed.