Latest Odisha News

BREAKING NEWS

କୃଷି ବିକାଶ ଯୋଜନା ନେଇ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ବସିଥିବା କ୍ୟାବିନେଟ ବୈଠକରେ କୃଷକଙ୍କ ଆୟ ବୃଦ୍ଧି ପାଇଁ ଦୁଇଟି ବଡ ଯୋଜନା ଅନୁମୋଦନ ହୋଇଛି । କୃଷି ବିକାଶ ଯୋଜନା ବ୍ୟତୀତ କୃଷକଙ୍କ ସହ ଜଡିତ ଅନେକ ଯୋଜନାକୁ ଅନୁମୋଦନ କରାଯାଇଛି ।

ସେଥିମଧ୍ୟରୁ କୃଷକଙ୍କ ଆୟ ବୃଦ୍ଧି ଏବଂ ମଧ୍ୟବିତ୍ତ ଲୋକଙ୍କୁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା’ ଏବଂ କୃଷିନ୍ନୋତି ଯୋଜନା ଦ୍ବାରା ଏହା ସମ୍ଭବ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ଏହି ଦୁଇଟି ଯୋଜନା ପାଇଁ ୧,୦୧,୩୨୧ କୋଟି ଟଙ୍କା ବଜେଟ୍ ସ୍ଥିର କରାଯାଇଛି । ଉଭୟ ଅଧୀନରେ ପ୍ରତ୍ୟେକ ୯ ଟି ସ୍କିମ୍ ଅନ୍ତର୍ଭୂକ୍ତ ହୋଇଛି । ଏହି ଯୋଜନା ଅନେକ କୃଷକଙ୍କ ଆୟ ଏବଂ ମଧ୍ୟବିତ୍ତ ପରିବାରର ଖାଇବା ଥାଳି ସହିତ ସିଧାସଳଖ ସଂଯୋଗ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.