Latest Odisha News

BREAKING NEWS

ପରମବୀରଙ୍କ ଲେଟର ବୋମା: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବୀ

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରବୀର ସିଂଙ୍କ ଲେଟର ବୋମା ମହାରାଷ୍ଟ୍ର ସରକାରକୁ ସଙ୍କଟରେ ପକାଇଛି । ଏଥିରୁ ମୁକୁଳିବା ପାଇଁ ଏନସିପି ଓ ଶିବସେନା ମୁଣ୍ଡ ଖର୍ଚ୍ଚ କରୁ୍‌ଥିବା ବେଳେ ବିରୋଧୀ ବିଜେପି ଆକ୍ରମଣାତ୍ମକ ପନ୍ଥା ଆପଣାଇଛି । ସୋମବାର କେନ୍ଦ୍ର ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ ଅଠାୱାଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରୀ କରିବା ପାଇଁ ଦାବୀ କରିଛନ୍ତି ।

ଲୋକମାନେ ଆଇନ ଶୃଙ୍ଖଳା ପରିସ୍ଥିତିରେ ବର୍ତମାନର ରାଜ୍ୟ ସରକାରଙ୍କ ଉପରେ ବିଶ୍ୱାସ ହରାଇଛନ୍ତି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇ ଲୋକଙ୍କ ବିଶ୍ୱାସ ରଖିବା ପାଇଁ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖିଛନ୍ତି ।

Leave A Reply

Your email address will not be published.