Latest Odisha News

BREAKING NEWS

ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲି ମନା, ନିର୍ବାଚନ କମିଶନଙ୍କ ପକ୍ଷରୁ ନିଷେଧାଦେଶ ଜାରି 

ନୂଆଦିଲ୍ଲୀ: ସମସ୍ତ ନିର୍ବାଚନ ମଣ୍ଡଳୀରେ ବାଇକ୍‌ ରାଲି ଉପରେ ଆଜି ନିଷେଧାଦେଶ ଜାରି ହୋଇଛି । ମତଦାନର ୭୨ ଘଣ୍ଟା ପୂର୍ବରୁ ଅଥବା ଭୋଟ ଗ୍ରହଣର ୩ ଦିନ ପୂର୍ବରୁ ସମସ୍ତ ନିର୍ବାଚନ ମଣ୍ଡଳୀରେ ବାଇକ୍‌ ରାଲି ହୋଇପାରିବ ନାହିଁ ବୋଲି ସଫା ସଫା କହିଦେଇଛନ୍ତି ନିର୍ବାଚନ କମିଶନ । 

ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରିର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଦିଆଯାଇଥିବା ଏକ ନିର୍ଦ୍ଦେଶନାମାରେ କମିସନ ଏହା ଦର୍ଶାଇଛନ୍ତି । ବାଇକ୍‌ ରାଲି ନାମରେ ଭୋଟରଙ୍କୁ ଭୟଭୀତ କରାଯିବାର ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ କେବଳ ମତଦାନ ଦିନ ବାଇକ୍‌ ରାଲି ବାରଣ ଥିଲା । ବାଇକ୍‌ ରାଲିକୁ ବିରୋଧ କରି ଆସିଥିବା ରିପୋର୍ଟ ଓ ପ୍ରସ୍ତାବ ଉପରେ ବିଚାର କରିବା ପରେ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି । 

Leave A Reply

Your email address will not be published.