Latest Odisha News

BREAKING NEWS

ଇମ୍ରାନ ବଢ଼ିଆ କମେଡ଼ି କରିପାରିବେ, ସେ ‘କପିଲ ଶର୍ମା ସୋ’ ଯାଆନ୍ତୁ

ଇମ୍ରାନ ଓସ୍କାର ବିଜୟୀ ପ୍ରଦର୍ଶନ ଦେଇ ପାରିବେ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ‘ଦ କପିଲ ଶର୍ମା ସୋ’ରେ ଚରିତ୍ରଟେ ମିଳୁ । ପାଜି ଅର୍ଥାତ୍ ସିଦ୍ଧୁ ଅବସର ନେବା ପରେ ତାଙ୍କ ଚୌକି ଖାଲି ପଡ଼ିଛି । ଇମ୍ରାନଙ୍କ ପୂର୍ବତନ ପତ୍ନୀ ରେହାମ ଖାନ୍ କଟାକ୍ଷ କରି ଏମିତି କହିଛନ୍ତି । ବୁଧବାର ପେଶାୱାରରେ ଇମ୍ରାନଙ୍କ ଭାଷଣ ର ପ୍ରତିକ୍ରିୟା ରଖିବାକୁ ଜଣେ ପାକିସ୍ତାନୀ ରିପୋର୍ଟର ରେହାମଙ୍କୁ ଅନୁରୋଧ କରିଥିଲେ । ରେହାମ ଏଥିରେ ଇମ୍ରାନଙ୍କର ଭରପୂର ପରିହାସ କରିଥିଲେ ।

“ସେ ଭାବପ୍ରବଣ ହୋଇଗଲେଣି । ଭାରତ ତାଙ୍କୁ ବଲିଉଡ଼ରେ କିଛି ସୁଯୋଗ ଦେବା ଦରକାର । ମୋର ବିଶ୍ୱାସ ସେ ଓସ୍କାର ବିଜୟୀ ପ୍ରଦର୍ଶନ ଦେଇପାରିବେ” ବୋଲି ସେ ରିପୋର୍ଟରଙ୍କୁ କହିଥିଲେ ।
‘ହିରୋ ହେବେ କି ଭିଲେନ ହେବେ’ ପ୍ରଶ୍ନର ବଢ଼ିଆ ଚତୁର ଉତ୍ତର ରଖିଥିଲେ ରେହାମ । ସେ କହିଥିଲେ “ଏହା ତାଙ୍କ ଉପରେ ନିର୍ଭର କରୁଛି । ବଲିଉଡ଼ ହିରୋ ଭିଲେନ ହେଇଯାଉଛନ୍ତି । ଆଉ ଭିଲେନ ଅଧିକ ଲୋକ ପ୍ରିୟ ହେଇଯାଉଛନ୍ତି, ମୁଁ ଅନୁଭବ କରେ ଯେ ତାଙ୍କର କମେଡ଼ିରେ ଭଲ ଦକ୍ଷତା ଅଛି । ଯଦି କିଛି ନ ହୁଏ, ତାହେଲେ ସେ କପିଲ ଶର୍ମାଙ୍କ ସୋ ରେ ଖାଲି ଥିବା ସିଦ୍ଧୁଙ୍କ ଚୌକିରେ ବସି ପାରିବେ ।”

“ସେମିତି ବି ତାଙ୍କର ସିଦ୍ଧୁଙ୍କ ସହ ଖୁବ୍ ଭଲ ସଂପର୍କ ଅଛି, ନିଶ୍ଚୟ କିଛି ଗୋଟେ ଭାଗବଣ୍ଟା ହୋଇପାରିବ ।”

ଏହାପରେ ରିପୋର୍ଟର ଜଣକ କ୍ୟାମେରାକୁ ମୁହଁ କରି କହିଥିଲେ, “କପିଲ ଶର୍ମା, ମୁଁ ଆଶା କରୁଛି ଆପଣ ରେହାମଙ୍କୁ ଶୁଣୁଥିବେ” ।

ସୂଚନାଯୋଗ୍ୟ, ପେଶାୱରରେ ରାତି ଅଧରେ ସୁପ୍ରିମକୋର୍ଟ ଖୋଲା ହେବାକୁ ନେଇ ପ୍ରଶ୍ନ କରିଥିଲେ । ଇମ୍ରାନ କହିଥିଲେ,“ଏ ଦେଶ ମତେ ୪୫ ବର୍ଷ ହେଲାଣି ଜାଣିଛି । ମୁଁ କେବେ କୌଣସି ନିୟମ ଭାଙ୍ଗିଛି? ମୁଁ କ୍ରିକେଟ ଖେଳିବା ବେଳେ ମୋ ଉପରେ କେବେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆସିଛି କି” ବୋଲି ଇମ୍ରାନ ପ୍ରଶ୍ନ କରିଥିଲେ ।

ବୁଧବାରର ଏହି ଭାଷଣ ପରେ ରେହାମଙ୍କ ପ୍ରତିକ୍ରିୟା ଇମ୍ରାନଙ୍କ ସମର୍ଥକଙ୍କ ଜଳାପୋଡ଼ା କରୁଛି ।

Leave A Reply

Your email address will not be published.